ହରଭଙ୍ଗାରେ ସମ୍ମୁଖ ଯୋଦ୍ଧାଙ୍କୁ ଟୀକାଦାନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଶନିବାର ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ ହୋଇଛି। ପ୍ରଥମେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଟିକାଗ୍ରହଣ କରିଥିଲେ। ତାଙ୍କ ସହିତ ହରଭଙ୍ଗା ଅତିରିକ୍ତ ତହସିଲଦାର ହାରିଓମ ଭୋଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ପ୍ରମୁଖ ଟିକା ନେଇଥିଲେ। ଦିତୀୟ ପର୍ଯ୍ୟାୟରେ ବ୍ଲକରେ ସମ୍ମୁଖ ଯୋଦ୍ଧା ତାଲିକାରେ ଥିବା ପ୍ରଶାସନିକ ଅଧିକାରୀ, କର୍ମଚାରୀ, ପୁଲିସ ପ୍ରଶାସନ, ସମସ୍ତ ପଂଚାୟତ ସ୍ତରୀୟ ଲୋକପ୍ରତିନିଧି ଓ ସାମ୍ବାଦିକମାନଙ୍କୁ ଟୀକାକରଣ କରାଯିବ ବୋଲି ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଶ୍ରୀମନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି । ଆଜି ୧୫୦ଜଣଙ୍କୁ ଟୀକାକରଣ କରାଯିବ ବୋଲି ଜଣାପଡିଛି ।

Comments are closed.