ଦୂରାରୋଗୀ ପଲ୍ଲୀରେ ଟିକାକରଣ

ଚୌଦ୍ୱାର  : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଦୂରାରୋଗୀ ପଲ୍ଲୀରେ ଶନିବାର ଦିନ ଆୟୋଜିତ ଏକ ଶିବିରରେ ୧୩୫ଜଣ ଦୂରାରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକାକରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ୱାର୍ଡ଼ ସଭାପତିି ଆଶୁତୋଷ ଦାସ, ଅଭିଷେକ ଘୋଷ, ପୂର୍ବତନ କାଉନସିଲର ଗିରିଧାରୀ ଦଳାଇ, ଅଜିତ୍ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ସ୍ଥାନୀୟ ଇମ୍ଫା ଓ ଆପୋଲୋ ହସପିଟାଲର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୪୯୫ ଜଣଙ୍କୁ ଟିକାଦାନ କରାଯାଇଥିଲା । ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଅଭିଯାନ ମାଧ୍ୟମରେ ଏଯାବତ୍ ମୋଟ ୮୦୦୦ଡୋଜ ଟିକା ପ୍ରଦାନ କରାଯାଇଥିବା କାରଖାନା ସୁତ୍ରରୁ ପ୍ରକାଶ । ସେହିପରି ଟେନାମେଣ୍ଟସ୍ଥିତ ଯଯାତୀ କେଶରୀ କ୍ଲବରେ ଆୟୋଜିତ ଶିବିରରେ ଶନିବାରଦିନ ୪୩୮ ଜଣଙ୍କୁ ଟିକାଦାନ କରାଯାଇଛି । କ୍ଲବ୍ ସଭାପତି ଶୁଭେନ୍ଦୁ ସାମଲଙ୍କ ନେତୃତ୍ୱରେ କ୍ଲବ୍ ସଦସ୍ୟମାନଙ୍କ ପରିଚାଳନାରେ ଏହି କେନ୍ଦ୍ରରେ ପ୍ରତି ସପ୍ତାହରେ ୨ଦିନ ଆୟୋଜିତ ଟିକାକରଣ କାର୍ଯ୍ୟକ୍ରମରେ ଚୌଦ୍ୱାର ସହରାଞ୍ଚଳ ତଥା ଏହାର ଆଖପାଖ ଗ୍ରାମାଞ୍ଚଳରୁ ଶହଶହ ସଂଖ୍ୟାରେ ଲୋକ ଟିକା ନେଉଥିବା ଦେଖିବାକୁ ମିଳିଛି ।

Comments are closed.