ପାଟଣାରେ କୋଭିଡ ଟୀକାକରଣ

ଟୀକା ନେଲେ ବିଡିଓ, ତହସିଲଦାର

ପାଟଣା: ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଓ ପରିଚାଳନା କାର୍ୟ୍ୟରେ ନିୟୋଜିତ ସରକାରୀ ଅଧିକାରୀ, କର୍ମଚାରୀ ଓ ପଂଚାୟତିରାଜ ପ୍ରତିନିଧି ଏବଂ ପଂଚାୟତ କର୍ମଚାରୀମାନଙ୍କୁ ଟୀକା ପ୍ରଦାନ କରାଯାଇଛି । ପାଟଣା ବ୍ଲକର ବିଡିଓ ଈଶ୍ୱରଚନ୍ଦ୍ର ନାଏକଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ, ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମ୍ମୁଙ୍କ ସହ ଅନ୍ୟ କର୍ମଚାରୀ, ପାଟଣା ଥାନାଧିକାରୀ ସୋମନାଥ ଜେନାଙ୍କ ସହ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ, ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଂଜନ ମହାନ୍ତଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହ ସମସ୍ତ ସରପଂଚ, ସମିତିସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ କୋଭିଡ ଟୀକା ପ୍ରଦାନ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା ହୋଇଥିଲା । ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପିଏଚଇଓ ସରୋଜୀନି ସେଠୀ, ବିପିଏମ ଦୀପକ କୁମାର ନାୟକଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ମହାନ୍ତ ଓ ଗୀତାଂଜଳୀ ନାୟକ ଅଧିକାରୀ ଓ କର୍ମଚାରୀମାନଙ୍କୁ ଟୀକା ଦେଇଥିଲେ।

Comments are closed.