ଜି.ଉଦୟଗିରିରେ କୋଭିଡ ଟୀକାକରଣ

ଜି.ଉଦୟଗିରି: ସାରା ବିଶ୍ବବାସୀ ମହାମାରୀ କରୋନାକୁ ନେଇ ଭୟଭୀତ ହୋଇପଡିଥିବା ବେଳେ ମହାମାରୀରୁ ରକ୍ଷା ପାଇବା ପାଇଁ ଭାରତ ନିର୍ମିତ ସ୍ବଦେଶୀ ଟୀକାରେ ଆଜି ଟୀକାକରଣ ଆରମ୍ଭ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ସର୍ବବୃହତ କୋଭିଡ ଟୀକାକରଣ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ପରେ ଦେଶର ଚାରିଆଡେ ଆରମ୍ଭ ହୋଇଥିଲା ଟୀକାକରଣ ପ୍ରକ୍ରୀୟା। ସେହିପରି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେବାକୁ ଥିବା ଟୀକାକରଣ କାର୍ୟ୍ୟକ୍ରମକୁ ଫୁଲବାଣୀ ଆଇଟିଡିଏ ପିଏ ବିରେନ୍ଦ୍ର କୁମାର ଦାସ ଫିତା କାଟି ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଚିକିତ୍ସାଧିକାରୀ ଡା.ଶକ୍ତୀକାନ୍ତ ମଲ୍ଲିକ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜି.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟୀକା ନେବାକୁ ପୂର୍ବରୁ ଅନଲାଇନ ମାଧ୍ୟମରେ ୯୯ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ଆଜି ପ୍ରଥମ ବ୍ୟକ୍ତି ଭାବରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରାଇଭର ଅଜୁ କୁମାର ନାୟକ ଟୀକା ନେଇଥିବା ସୂଚନା ମିଳିଛି।

Comments are closed.