ତୁରନ୍ତ ପାକ ଅଧିକୃତ କାଶ୍ମୀର ଖାଲିକର- ଜାତିସଂଘରେ ଇମ୍ରାନଙ୍କୁ ଭାରତର କଡା ଜବାବ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ ଖାଁ ଭାରତ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟବର କଡା ଜବାବ ରଖିଛି ଭାରତ। ଜାତିସଂଘରେ ଭାରତର ପ୍ରତିନିଧି ସ୍ନେହା ଦୁବେ କଡା ଗଳାରେ ଇମ୍ରାନଙ୍କୁ କହିଛନ୍ତି ତୁରନ୍ତ ପାକ ଅଧିକୃତ କାଶ୍ମୀର ଖାଲିକର। ଏଥିସହିତ ଇମ୍ରାନ ଆଣିଥିବା ଅଭିଯୋଗ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ଦୁବେ କହିଛନ୍ତି ଯେ ପାକିସ୍ତାନର ନେତୃତ୍ୱ ଜାତିସଂଘ ମଞ୍ଚକୁ ଭାରତ ବିରୁଦ୍ଧରେ ମିଛ ଓ ମନଗଢା ଅଭିଯୋଗ ଆଣିବା ନିମନ୍ତେ ପ୍ରଥମ ଥର ବ୍ୟବହାର କରି ତାଙ୍କ ରାଷ୍ଟ୍ରର ଦୟନୀୟ ପରିସ୍ଥିତିରୁ ବିଶ୍ୱ ସମୁଦାୟର ଦୃଷ୍ଟି ହଟାଇବା ଉଦ୍ୟମ କରୁନାହାନ୍ତି। ପୂର୍ବରୁ ମଧ୍ୟ ଅନେକ ବିଶ୍ୱସ୍ତରୀୟ ମଞ୍ଚରେ ସେ ଏଭଳି ଅପଚେଷ୍ଟା କରିଛନ୍ତି, ଯେତେବେଳେ ପାକିସ୍ତାନରେ ଆତଙ୍କବାଦୀଙ୍କୁ ଅବାଧ ବିଚରଣ ସୁଯୋଗ ମିଳିଛି।
ଜାତିସଂଘ ସାଧାରଣ ପରିଷଦରେ ଭର୍ଚୁଆଲ ପଦ୍ଧତିରେ ଉଦବୋଧନ ଦେଇ ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ। ଦୁବେ କହିଥିଲେ ଯେ ଜାତିସଂଘର ସଦସ୍ୟ ରାଷ୍ଟ୍ରଗଣ ଭଲ ଭାବରେ ଅବଗତ ଅଛନ୍ତି ଯେ ପାକିସ୍ତାନର ଆତଙ୍କବାଦୀଙ୍କୁ ଆଶୟ, ସହାୟତା ଏବଂ ସକ୍ରିୟ ସମର୍ଥନ ଦେବାର ଇତିହାସ ରହିଛି ଏବଂ ଏହା ପାକିସ୍ତାନ ନୀତିର ଅଂଶବିଶେଷ ହୋଇଛି। ଏହି ଅବସରରେ ସେ ପାକିସ୍ତାନ ଅଧୀନରେ ବେଆଇନ ଭାବରେ ରହିଥିବା ଭାରତ ଭୂଖଣ୍ଡର ଅଂଶ ଖାଲି କରିବାକୁ ଇସଲାମାବାଦକୁ କହିଥିଲେ। ସେ କହିଥିଲେ ସମୁଦାୟ ଜମ୍ମ କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା, ରହିଛି ଏବଂ ରହିବ। ଏଥିମଧ୍ୟରେ ପାକିସ୍ତାନ ଅଧୀନରେ ବେଆଇନ ଭାବରେ ରହିଥିବା ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ଇତିମଧ୍ୟରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା ଭାରତର ପଡୋଶୀ ରାଷ୍ଟ୍ରରେ ସମସ୍ୟା ସୃଷ୍ଟି କରିଥିବା ନେଇ ପାକିସ୍ତାନ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ ଯେ ଶନିବାର ସଂଧ୍ୟାରେ ଦିନ ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେବେ।

Comments are closed.