କୋଣାର୍କରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌

ପୁରୀ: ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନିଜ ଟିମ୍ ସହ ଗୁରୁବାର କୋଣାର୍କରେ ପହଞ୍ଚି  ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ର ବିକାଶ ନେଇ ସମୀକ୍ଷା କରିଛନ୍ତି। ସଚିବ ପାଣ୍ଡିଆନ ଓ ଟିମ୍ ପୁରୀ ପ୍ରଶାସନର କିଛି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସଚିବଙ୍କ ଗସ୍ତ ସମୟରେ ପୁରୀ ଜିଲାପାଳ ବଲୱନ୍ତ ସିଂହ ଓ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଚେୟାରମ୍ୟାନ୍ କ୍ରିଷନ କୁମାର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ପରେ ଏବେ କୋଣାର୍କ ମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯିବ। ପୂର୍ବରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ କିଶନ କୁମାର, ପୁରୀ ଜିଲାପାଳ ବଳବନ୍ତ ସିଂହ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ସହ କୋଣାର୍କ ବଜାରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ।

Comments are closed.