କେଦାରନାଥରେ ଧସିଲା ବରଫ ପାହାଡ଼; ଭିଡିଓ ହେଉଛି ଭାଇରାଲ

ଉତ୍ତରାଖଣ୍ଡ: କେଦାରନାଥରେ ପୁଣି ଥରେ ବଡ଼ ଧରଣର ହିମସ୍ଖଳନ ହୋଇଛି । ସୋସିଆଲ ମିଡିଆରେ ବରଫ ପର୍ବତ ଧସିବାର ଭିଡିଓ ଭାଇରାଲ ହେବାର ଲାଗିଛି । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।  ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ଏ ନେଇ କେଦାରନାଥ ଓ ଶ୍ରୀ ବଦ୍ରିନାଥ ମନ୍ଦିର କମିଟିର ସଭାପତି ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ବରଫ ପର୍ବତ ଧସିବାର ଏକ ଭିଡିଓ ମଧ୍ୟ ପ୍ରକାଶ ପାଇଛି । ଭିଡିଓରେ ଦେଖିବାକୁ ମିଳୁଛି ଏକ ବରଫ ପର୍ବତ ଭୁଶୁଡ଼ୁଛି । ବରଫର ଧୂଆଁରେ ସାରା ପରିବେଶ କେବଳ ଧଳା ଧଳା ଦେଖାଯାଉଛି । କେଦାରନାଥରେ ସବୁକିଛି ସ୍ୱାଭାବିକ ଥିବା ଜଣାପଡ଼ିଛି । ମନ୍ଦାକିନୀ ନଦୀର ଜଳସ୍ତର ମଧ୍ୟ ସ୍ଥିର ରହିଛି ।

ପୂର୍ବରୁ ସେପ୍ଟେମ୍ବର ୨୩ ତାରିଖରେ କେଦାରନାଥରେ ତୁଷାରପାତ ହୋଇଥିଲା । ଯାହାଫଳରେ ବରଫ ପାହାଡ଼ ଭୁଶୁଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।  ହେଲେ ଏସବୁ ଘଟଣାକୁ ବୈଜ୍ଞାନିକ ମାନେ ସାଧାରଣ ପ୍ରକ୍ରିୟା ବୋଲି ମତପ୍ରକାଶ କରିଛନ୍ତି ।

Comments are closed.