ଉତ୍ତରାଖଣ୍ଡ ହିମସ୍ଖଳନ: ୧୬୮ ଶ୍ରମିକଙ୍କ ପତ୍ତା ମିଳୁନି, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଡ଼ଙ୍ଗ ମଧ୍ୟରେ ୨୫ରୁ ୩୫ ଜଣ ଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ଓ ୧୬୮ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତପୋବନର ଧଉଳି ଗଙ୍ଗା ଜଳବିଦ୍ୟୁତ୍‍ ପ୍ରକଳ୍ପଠାରେ ହଠାତ୍‍ ବନ୍ୟା ଆସିବାର ୧୦୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ଲୋକମାନଙ୍କ ବିଷୟରେ କୌଣସି ଖବର ମିଳିନାହିଁ।

୨୫ରୁ ୩୫ ଜଣ ଲୋକ ଅଟକି ରହିଥିବା ସେହି ସୁଡ଼ଙ୍ଗରେ ରାତିସାରା ଖୋଜାଖୋଜି କାର୍ଯ୍ୟ ଚାଲିଥିଲା। ଗଡୱାଲ ଡିଆଇଜି ନିରୁ ଗର୍ଗ କହିଛନ୍ତି ଉଦ୍ଧାରକାରୀ ଦଳମାନେ ସୁଡଙ୍ଗର ୧୮୦ ମିଟର ପର୍ଯ୍ୟନ୍ତ ଯାଇ ଖୋଜାଖୋଜି କରିଛନ୍ତି। ପାଣି ବାହାରିବାରୁ ଉପରୁ ଡ୍ରିଲିଂ କରିବା ମଧ୍ୟ ସମ୍ଭବ ହେଉନାହିଁ। ଅତିବେଶୀରେ ସାଢ଼େ ୬ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଯାଇପାରୁଛି।

Comments are closed.