କୋଭିଡ଼ ଭୟ: ପବିତ୍ର ’କାର୍ତିକ ବୁଡ଼’ ଉପରେ ଉତ୍ତରପ୍ରଦେଶ ସରକାରଙ୍କ ନିଷେଧାଦେଶ

କରୋନା ସଂକ୍ରମଣ ଏବେ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ପରେ ଗୁଜରାଟ ଓ ରାଜସ୍ଥାନରେ ସଂକ୍ରମଣ ଗତି ବଢ଼ିଛି ଓ ତୃତୀୟ ଲହର ଆସିଥିବା କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର୩୦ ତାରିଖରେ କାର୍ତିକ ପୂର୍ଣିମା ଦିନ ଗଙ୍ଗାନଦୀରେ ପବିତ୍ର କାର୍ତିକ ବୁଡ଼ ଉପରେ ନିଷେଧାଦେଶ ଜାରି କରିଛନ୍ତି ଉତ୍ତରପ୍ରଦେଶସରକାର । ଆସନ୍ତା ବୁଧବାରଠାରୁ ଏଠାରେ ୫ ଦିନିଆ ମେଳା ଆରମ୍ଭ ହେବାର ଥିଲା । ମାତ୍ର ମିରଟ୍ ଜିଲାପାଳ ଓ ଏସପିଙ୍କ ମିଳିତ ରିପୋର୍ଟ ଆଧାରରେ ଏହି ମେଳାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ଭିନ୍ନ  ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନର ଆଖପାଖ ରାଜ୍ୟରୁ ଲୋକମାନେ ପ୍ରତିବର୍ଷ କାର୍ତିକ ପୂର୍ଣମୀରେ ଏଠାରେ ବୁଡ଼ ପକାଇବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାଆନ୍ତି । ହାପୁର ଏଏସପି ସୌରଭ ମିଶ୍ରଙ୍କ ସୂଚନା ଅନୁସାରେ ୨୫ ତାରିଖରୁ ଗଙ୍ଗା କୂଳକୁ ଲୋକଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି ଓ ଜନସମାଗମକୁ ରୋକିବା ପାଇଁ ୧୪୪ ଧାରା ଜାରି ହୋଇଛି ।

Comments are closed.