ଉତ୍କଳ ବିଶ୍ବବିଦ୍ୟାଳୟ ଦର୍ଶନ ବିଭାଗର ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଦର୍ଶନ ବିଭାଗର୧୯୯୦-୯୨ ବ୍ୟାଚର ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ବନ୍ଧୁ ମିଳନ ଉତ୍ସବ  ଭୁବନେଶ୍ବର ସ୍ଥିତ ସୃଷ୍ଟି ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମର ପ୍ରାରମ୍ଭରେ ଗଣେଷ ବନ୍ଦନା କରାଯାଇଥିଲା । ଦର୍ଶନ ବିଭାଗର ପ୍ରଫେସର ତାପ୍ତୀ ମୈତ୍ରୀ ଏବଂ ତନ୍ଦ୍ରା ପଟ୍ଟନାୟକଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସହପାଠୀ ଅମିତ୍ ପଟ୍ଟନାୟକ ଓ ସହପାଠିନୀ ନିରୂପମା ମହାନ୍ତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହୀତ ହୋଇ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମ ବନ୍ଧୁ ମିଳନ ଉତ୍ସବରେ ବେଶି ଆବେଗ ଏବଂ ଭାବପ୍ରବଣତା ପରିଲକ୍ଷିତ ହୋଇଥିଲା ।
ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ସୃଷ୍ଟି ଏକାଡେମୀର ଚେୟାରମ୍ୟାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Comments are closed.