ଜୁଲାଇ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଜୁଲାଇ ମାସ ପାଞ୍ଚ ତାରିଖରୁ ଆରମ୍ଭ ହେବ। ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ମୋଟ୍‍ ୨୭ଟି ସ୍ନାତକୋତ୍ତର ପାଠ୍ୟକ୍ରମ ସହ ସେଲଫ୍‍ ଫାଇନାନ୍ସିଂ ବିଷୟଗୁଡ଼ିକ ପାଇଁ ମଧ୍ୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ ୨୦ତାରିଖକୁ ଧାର୍ଯ୍ୟ କରାଯାଇଛି। ୨୧ରୁ ୩୦ ତାରିଖ ମଧ୍ୟରେ ଆବେଦନକାରୀ ବିଶ୍ୱବିଦ୍ୟାଳୟ ୱେବ୍‍ସାଇଟ୍‍ରୁ ଆଡମିଟ କାର୍ଡ ପାଇପାରିବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରେ ଏମ୍‍ଫିଲ୍‍ ଏବଂ ପି.ଏଚ୍‍.ଡି. ପାଠ୍ୟକ୍ରମର ଫଳ ପ୍ରକାଶନ ପାଇଁ ପଦକ୍ଷେପ ନିଆଯାଉଛି। ତେବେ ଏହି ଦୁଇ ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ଥିବାରୁ ଏହାର ପ୍ରବେଶିକା ପରୀକ୍ଷା ବିଳମ୍ବ ହେବ ବୋଲି କୁହାଯାଇଛି।

Comments are closed.