ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ

ମଦନପୁର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପଳିତ ହୋଇଯାଇଛି। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ ୨୦୦୨ ମସିହାରୁ ବିଶ୍ୱଦର୍ଶନ ଦିବସ ପାଳନ କରାଯାଇ ଆସୁଛି। ଦର୍ଶନ ଯୋଗୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ ଅତିମାତ୍ରାରେ ଉଚ୍ଚତର ସ୍ଥାନକୁ ଯାଇପାରିଛି।

 

ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ବିଶ୍ୱସ୍ତରୀୟ ମାନବ ଜୀବନ ପାଇଁ ଜୈନ ଦର୍ଶନର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ। ସ୍ନାତକତ୍ତୋର ଅଧ୍ୟକ୍ଷ ଜଗନ୍ନାଥ କୁଅଁର ସ୍ୱାଗତ ଭାଷଣ ଦେଇଥିଲେ। ଜୈନ ଚେୟାର ସଂଯୋଜିକା ଡ.ସୁଚିତ୍ରା ଦାସ ସଭା ପରିଚାଳନା କରିଥିଲେ। ଓଡ଼ିଶୀ ସଙ୍ଗୀତ ବିଭାଗର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

Comments are closed.