ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତାଙ୍କ ଉପସ୍ଥିତିରେ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସାଂସ୍କୃତିକ ବିନିମୟ, ଗବେଷଣା, ଇଣ୍ଟର୍ଣ୍ଣସିପ, ପ୍ରକଳ୍ପ ପ୍ରଶିକ୍ଷଣ, କର୍ମଶାଳା, ଆଲୋଚନାଚକ୍ର, ଦର୍ଶନ, ପ୍ରତ୍ନତାତ୍ତ୍ୱିକ ଇତିହାସ, ପ୍ରଶିକ୍ଷଣ, ସଂଗୀତ, ନୃତ୍ୟ ସମେତ ଭାବ ବିନିମୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତର ଗବେଷଣା କ୍ଷେତ୍ରରେ ସହାୟକ ହେବା ଭଳି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମିଳିତ ଭାବେ ପ୍ରଚେଷ୍ଟା କରାଯିବା ନେଇ ଏହି ବୁଝାମଣାପତ୍ର ସହାୟକ ବୋଲି ଆଶା କରାଯାଇଛି। ଆଗମୀ ଦିନରେ ଛାତ୍ରଛାତ୍ରୀମାନେ ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ସାଂସ୍କୃତିକ ବିନିମୟ କିପରି ହୋଇପାରିବ ସେଥିପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଚେଷ୍ଟା କରିବେ ବୋଲି କୁହାଯାଇଛି।

Comments are closed.