ଟ୍ରମ୍ପଙ୍କ ଟିକସ ଓ ଆର୍ଥିକ ଦେଣନେଣ ମାମଲାର ବିଚାର କରିବ ସୁପ୍ରିମକୋର୍ଟ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟିକସ ବିବରଣୀ ଓ ଆର୍ଥିକ ଦେଣନେଣ ମାମଲାର ଶୁଣାଣି ପାଇଁ ସେଠାକାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଟିକସ ବିବରଣୀ ଓ ଆର୍ଥିକ ଦଲିଲ ନ୍ୟୁୟର୍କ ଅଭିଯୋଗକାରୀ କିମ୍ବା ଆମେରିକାର ପ୍ରତିନିଧି ସଭାର ଅଧିକ ସଦସ୍ୟ ଥିବା କମିଟିରେ ଉପସ୍ଥାପିତ ହେବା ନେଇ ଟ୍ରମ୍ପ ଅନିଚ୍ଛା ପ୍ରକାଶ କରିଛନ୍ତି। ପୂର୍ବରୁ ଏକ ନିମ୍ନ ଅଦାଲତ ଏହି ବିବରଣୀ ଓ ଦଲିଲଙ୍କୁ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଟ୍ରମ୍ପଙ୍କ ଓକିଲ ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେ ଯେ ଟ୍ରମ୍ପ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ହୋଇଥିବାରୁ ସେ ନ ଚାହିଁଲେ ତାହା ସାର୍ବଜନୀନ ହୋଇ ପାରିବ ନାହିଁ।

ଆସନ୍ତା ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ, ୬ ମାସରୁ କମ ସମୟ ମଧ୍ୟରେ ଏହି ମାମଲାର ବିଚାର ହେବା ସମ୍ଭାବନା ରହିଛି।

Comments are closed.