ମୋଦୀ ମୋର ଜଣେ ଘନିଷ୍ଠ ବନ୍ଧୁ, ଭାରତ ଯିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛି : ଟ୍ରମ୍ପ

ୱାଶିଂଟନ୍‍ : ମୋଦୀ ମୋର ଜଣେ ଘନିଷ୍ଠ ବନ୍ଧୁ ଏବଂ ଭାରତ ଯିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଭୂୟସୀ ପ୍ରଶଂସା କରି କହିବା ସହ ତାଙ୍କର ଭାରତ ଗସ୍ତକୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।

ମଙ୍ଗଳବାର ରାତିରେ ୱାଶିଂଟନ୍‍ସ୍ଥିତ ଜଏଣ୍ଟ୍‍ ବେସ୍‍ ଆଣ୍ଡ୍ର୍ୟୁଜ୍‍ଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ। ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ସଂକ୍ରାନ୍ତରେ ଶ୍ରୀ ଟ୍ରମ୍ପ କହିଛନ୍ତି,ଦୁଇଦେଶ ମଧ୍ୟରେ ଏକ ବୃହତ ଦ୍ୱିପକ୍ଷୀୟ ବାଣିଜ୍ୟ ସହାୟତା ରାଜିନାମା ସ୍ୱାକ୍ଷରିତ ହେବାକୁ ଯାଉଛି, କିନ୍ତୁ ଏହା ପରେ କରାଯିବ। ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ନଭେମ୍ବର ମାସରେ ହେବାକୁଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବୁଝାମଣା ହୋଇପାରିବ କି ନାହିଁ, ଏ ବିଷୟରେ ସେ ନିଶ୍ଚିତ ନୁହନ୍ତି।  ସୂଚନାଯୋଗ୍ୟ ଶ୍ରୀ ଟ୍ରମ୍ପ ଆସନ୍ତା ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ଭାରତ ଗସ୍ତରେ ଆସୁଛନ୍ତି।

Comments are closed.