ଆମେରିକାରେ ବିମାନ ଦୁର୍ଘଟଣା : ୯ମୃତ ୩ ଆହତ

ୱାଶିଂଟନ : ଆମେରିକାର ଦକ୍ଷିଣ ଡାକୋଟା ରାଜ୍ୟରେ ଏକ ବିମାନ ଦୁର୍ଘଟଣାରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଦେଶର ବିମାନ ଚଳାଚଳ ସଂସ୍ଥା ପକ୍ଷରୁ କୁହାଯାଇଛି, ଶୀତଝଡ଼ର ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ବେ ଏକକ ଇଞ୍ଜିନ୍‍ ବିଶିଷ୍ଟ ଏକ କ୍ଷୁଦ୍ର ବିମାନରେ ବୈମାନିକଙ୍କ ସହ ୧୨ ଜଣ ଉଡ଼ାଣ ଆରମ୍ଭ କରିଥିଲେ। ଆକାଶମାର୍ଗକୁ ଉଠିବାର ଅଳ୍ପ ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା।

Comments are closed.