ୟୁଏସ୍‌ ଓପନ୍‌ : ତୃତୀୟ ରାଉଣ୍ଡରେ ବାର୍ଟି, ଜେରେଭ୍‌

ନ୍ୟୁୟର୍କ : ଏଠାରେ ଖେଳାଯାଉଥିବା ୟୁଏସ୍‌ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଓ ଜର୍ମାନୀର ଜେରେଭ୍‌। ମହିଳା ସିଙ୍ଗଲ୍‌ସ (ଏକକ) ବିଭାଗ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ବାର୍ଟି ସିଧାସଳଖ ୬-୧, ୭-୫ ସେଟ୍‌ରେ ଟାଉସନ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟ ମହିଳା ସିଙ୍ଗଲ୍‌ସର ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ କର୍ବର ୬-୩, ୬-୨ ସେଟ୍‌ରେ କାଲିନିନାଙ୍କୁ, ପ୍ଲିସକୋଭା ୭-୫, ୬-୭, ୭-୬ ସେଟ୍‌ରେ ଆସିନମୋଭାଙ୍କୁ, ବେନସିକ୍‌ ୬-୩, ୬-୧ ସେଟ୍‌ରେ ଟ୍ରିଭିସାନ୍‌ଙ୍କୁ, କ୍ବିଟୋଭା ୭-୬, ୬-୨ ସେଟ୍‌ରେ ପ୍ଲିସକୋଭାଙ୍କୁ, ଆ​‌େ​‌ନ୍ଦ୍ରସ୍କ୍ୟୁ ୬-୪, ୬-୪ ସେଟ୍‌ରେ ଡେଭିସ୍‌ଙ୍କୁ, ସାକାରି ୬-୪, ୬-୨ ସେଟ୍‌ରେ ସିନିଆକୋଭାଙ୍କୁ, ଗ୍ରାଚେଭା ୬-୪, ୬-୪ ସେଟ୍‌ରେ ବାଡୋସାଙ୍କୁ ଓ ମିନେନ୍‌ ୬-୪, ୬-୪ ସେଟ୍‌ରେ ସାମସୋନୋଭାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍‌ସର ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ରାମୋସ୍‌ଙ୍କୁ ସିଧାସଳଖ ୬-୧, ୬-୦, ୬-୩ ସେଟ୍‌ରେ ପରାସ୍ତ କରି ଜେରେଭ୍‌ ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ଜୋକୋଭିକ୍‌ ୬-୨, ୬-୩, ୬-୨ ସେଟ୍‌ରେ ଗ୍ରୀକ୍‌ସପୋରଙ୍କୁ, ମନଫିଲ୍‌ସ ୭-୫, ୪-୬, ୬-୪, ୬-୪ ସେଟ୍‌ରେ ଜନ୍‌ସନଙ୍କୁ, ସାପୋଭାଲୋଭ୍‌ ୭-୬, ୬-୩, ୬-୦ ସେଟ୍‌ରେ କାରବଲର୍ସଙ୍କୁ, ବେରେଟିନି ୭-୬, ୪-୬, ୬-୪, ୬-୩ ସେଟ୍‌ରେ ମୌଟେଟ୍‌ଙ୍କୁ ଓ ବ୍ରୁକ୍‌ସବେ ୬-୭, ୭-୬, ୭-୫, ୬-୨ ସେଟ୍‌ରେ ଫ୍ରିଜ୍‌ଡଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Comments are closed.