ନୂଆଦିଲ୍ଲୀରେ ପହଞ୍ଚିଲା ଆମେରିକାର ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଭୟାବହତାକୁ ଗମ୍ଭୀରତାର ସହିତ ନେଇ ଆମେରିକା ପ୍ରଶାସନ ଭାରତକୁ ଜରୁରୀକାଳୀନ ଚିକିତ୍ସା ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର ଆମେରିକୀୟ ବିମାନରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଆମେରିକାର ସୁପର ଗାଲାକ୍ସି ସାମରିକ ପରିବହନ ବିମାନରେ ୪୦୦ରୁ ଅଧିକ ଅମ୍ଳଜାନ ସିଲିଣ୍ଡର, ପ୍ରାୟ ୧୦ ଲକ୍ଷ କୋଭିଡ ଦ୍ରୁତ ପରୀକ୍ଷଣ କିଟ୍‍ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ସାମଗ୍ରୀ ଆସିଛି। ବିମାନଟି ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଟ୍ରାଭିସ ବାୟୁସେନା ଘାଟିରୁ ଗତକାଲି ଉଡାଣ କରିଥିଲା। ଆମେରିକାରୁ ଏହିଭଳି ଆଉ କେତେକ ସ୍ୱତନ୍ତ୍ର ବିମାନରେ ଚିକିତ୍ସା ସାମଗ୍ରୀ ଆସିବା ଜାରିରହିବ ବୋଲି ଭାରତର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଆମେରିକା ସହିତ ବ୍ରିଟେନ, ୟୁଏଇ ଏବଂ ଅନ୍ୟାନ୍ୟ ରାଷ୍ଟ୍ରରୁ ଅମ୍ଳଜାନ ସାନ୍ଦ୍ରକ, ଅମ୍ଳଜାନ ସିଲିଣ୍ଡର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ଆସି ପହଞ୍ଚିବାରେ ଲାଗିଛି।

Comments are closed.