ତୁରନ୍ତ ଇରାକ୍ ଛାଡିବାକୁ ଆମେରିକୀୟମାନଙ୍କୁ ସତର୍କ କଲା ଦୂତାବାସ

ୱାଶିଂଟନ : ଇରାକରେ ବସବାସ କରୁଥିବା ଆମେରିକୀୟମାନଙ୍କୁ ତୁରନ୍ତ ସେହି ଦେଶ ଛାଡ଼ି ଚାଲିଯିବାକୁ ବାଗ୍‍ଦାଦ ସ୍ଥିତ ଆମେରିକୀୟ ଦୂତାବାସ ସତର୍କତା ଜାରି କରିଛି । ଏବେ ଇରାକ୍‍ ଏବଂ ସେହି ଅଞ୍ଚଳରେ ଉଭୟ ଆମେରିକା ଏବଂ ଇରାକ୍‍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଆମେରିକୀୟମାନେ ବିମାନ ଯୋଗେ ଯଥାଶୀଘ୍ର ସେହି ସ୍ଥାନ ଛାଡ଼ି ନିଜ ଦେଶକୁ ପଳାୟନ କରନ୍ତୁ। ପୂର୍ବରୁ ବାଗ୍‍ଦାଦ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଇରାନ୍‍ର ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଏକ ପ୍ରକାର ଛିନ୍ନ ହୋଇଛି ।

ଅନ୍ୟପକ୍ଷରେ ବାଗ୍‍ଦାଦ ସ୍ଥିତ ଆମେରିକୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଦର୍ଶନକାରୀ ମାନେ ପୋଡା ଜଳା କରି ବିପୁଳ ପରିମାଣର ସମ୍ପତ୍ତି ନଷ୍ଟ କରିଛନ୍ତି।

Comments are closed.