ଭାରତ-ଚୀନ ସୀମାରେ ଆମେରିକା ମୁତୟନ କରିବ ପରମାଣୁ ବୋମାବର୍ଷୀ ଘାତକ ବିମାନ ବି-୨ଏସଏସବି

ୱାଶିଂଟନ: ଲାଦାଖ ସୀମାରେ ଚୀନ ସେନାର ଆକ୍ରମଣାତ୍ମକ ଭୂମିକାକୁ ରୋକିବା ନିମନ୍ତେ ଭାରତକୁ ସହାୟତା କରିବାକୁ ଆଗେଇ ଆସିଛି ଆମେରିକା । ବିଶ୍ବର ଅନ୍ୟତମ ଘାତକ ପରମାଣୁ ବୋମାବର୍ଷୀ ବିମାନ ବି-୨ ସ୍ପିରିଟ୍ ସ୍ଟିଲ୍ଥ ନ୍ୟୁକ୍ଲିୟର ବମ୍ବର (ବି-୨ଏଏସଏନବି) ଲାଦାଖରେ ମୁତୟନ କରିବାକୁ ଆମେରିକା ବିଚାରବିମର୍ଷ କରୁଛି । ଏହି ବିମାନ ଏକ ସମୟରେ ୧୬ଟି ପରମାଣୁ ବୋମା ଧରି ଉଡ଼ିବାକୁ ସକ୍ଷମ । ଏହି ବିମାନ ଖୁବ୍ ଶୀଘ୍ର ଭାରତୀୟ ବାୟୁସେନା ସହ ଯୁଦ୍ଧାଭ୍ୟାସ କରିବାର ସମ୍ଭାବନା ରହିଛି ।

ଆମେରିକୀୟ ପତ୍ରିକା ‘ଦି ନେସନାଲ ଇନଟ୍ରେଷ୍ଟ’ ସୂଚନା ଅନୁସାରେ ଭାରତ-ଆମେରିକାର ଏହି ମିଳିତ ସେନାଭ୍ୟାସ ସମୟରେ ଚୀନ ସୀମାରେ ଭାରତକୁ ସହାୟତା ଦେବା ନିମନ୍ତେ ପ୍ରସ୍ତୁତି କରାଯିବ । ଭାରତ ପ୍ରତି ବନ୍ଧୁତା ଓ ଚୀନର ବାୟୁସେନା ଶକ୍ତିକୁ ପରୀକ୍ଷା ନିମନ୍ତେ ଆମେରିକା ଏପରି ପଦକ୍ଷେପ ନେବାକୁ ଯାଉଛି । ଭାରତୀୟ ସୀମାରେ ଏଥିପାଇଁ ପୁରା ସୁଯୋଗ ରହିଛି । ଆମେରିକା ବର୍ତମାନ ଏହି ବିମାନକୁ ନୌସେନା ଘାଟି ଡ଼ିଆଗୋ ଗାର୍ସିଆରେ ମୁତୟନ କରିଛି, ଯାହା ଭାରତଠାରୁ ମାତ୍ର ୧୦୦୦ ମାଇଲ ଦୂରରେ ରହିଛି ।


ଆମେରିକା ସେନାର କର୍ଣେଲ ଖ୍ରୀଷ୍ଟୋଫର କହିଛନ୍ତି ଯେ ଏହି ବିମାନକୁ ଆମେରିକା ନିଜ ବନ୍ଧୁମାନଙ୍କ ସୁରକ୍ଷା ନିମନ୍ତେ ବ୍ୟବହାର କରିବ । ସେ କହିଛନ୍ତି ଏହି ପରମାଣୁ ବୋମାବର୍ଷୀ ବିମାନ ଆମ ଜାତୀୟ ସୁରକ୍ଷାର ଏକ ଗୁରୁତ୍ବପୂର୍ଣ ଅଂଶ । ବିଶ୍ବର ବିଭିନ୍ନ ସ୍ଥାନରେ ଆମେରିକା ଏହି ବିମାନକୁ ମୁତୟନ କରିଛି । ଚୀନ ସୀମାରେ ଏହି ବିମାନକୁ ମୁତୟନ କରି ଆମେରିକା ଚୀନର ବାୟୁ ସେନା ଶକ୍ତି ପରୀକ୍ଷା କରିବାକୁ ଚାହୁଁଛି ।

ଅନ୍ୟପକ୍ଷରେ ଚୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷ ନିର୍ମିତ ଏସ୍-୪୦୦ ଓ ଏସ୍-୩୦୦ କ୍ଷେପଣାସ୍ତ୍ର ବ୍ୟବସ୍‌ଥା ମୁତୟନ କରିଛି । ଏସ୍-୪୦୦ ଆକ୍ରମଣରରୁ ବି-୨ ବୋମାବର୍ଷି ବିମାନ ବର୍ତି ପାରିବ ନାହିଁ ବୋଲି ଚୀନ ଆକଳନ କରିଛି ।
ଚୀନର  ଏହି ଦାବିକୁ ଦୃଷ୍ଟିରେ ରଖି ଆମେରିକା ୩୦ ବର୍ଷର ଏହି ପୁରୁଣା ବିମାନକୁ ବାରମ୍ବାର ଉନ୍ନତିକରଣ କରାଯାଇଛି । ଇତିମଧ୍ୟରେ ବି-୨ କମ୍ପ୍ୟୁଟରକୁ ବଦଳାଯାଇ ୧୦୦୦ ଗୁଣ ଅଧିକ ଦ୍ରୁତଗତିରେ କାମ କରିବା ପରି ବ୍ୟବସ୍ଥା ଲଗାଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହିପରମାଣୁ ବୋମାବର୍ଷୀ ବିମାନ ରଡ଼ାରରେ ଦୃଶ୍ୟମାନ ହେବ ନାହିଁ ଓ ଅତ୍ୟନ୍ତ ଦ୍ରୁତ ଗତିରେ ଲକ୍ଷ୍ୟସ୍ଥଳକୁ ଭେଦ କରି ଫେରି ଆସିବାକୁ ସକ୍ଷମ । ଏଥିରେ ନୂଆ ସେନ୍ସର ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଲଗାଯାଇଛି ।
ବି-୨ ବୋମାବର୍ଷୀ ବିମାନକୁ ବିଶ୍ବର ସବୁଠାରୁ ଘାତକ ବୋମାବର୍ଷୀ ବିମାନ ଭାବରେ ଗଣାଯାଏ । ଏହା ଏକ ସମୟରେ ୧୬ଟି ପରମାଣୁ ବୋମା ନେଇଯାଇପାରେ । ଏଥିରେ ନିକଟରେ ଅତ୍ୟନ୍ତ ଭୟଙ୍କର ଓ ସଠିକ୍ ଲକ୍ଷ୍ୟଭେଦୀ ବି-୬୧-୧୨ ପରମାଣୁ ବୋମା ସଂଯୁକ୍ତ କରାଯାଇଛି ।

Comments are closed.