ଏନଡିଏରେ ମହିଳା ପ୍ରାର୍ଥୀଙ୍କ ଆବେଦନ ପାଇଁ ଖୋଲିଲା ୱେବସାଇଟ, ଅକ୍ଟୋବର ୮ ଶେଷ ତାରିଖ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମହିଳାମାନଙ୍କୁ ଜାତୀୟ ପ୍ରତିରକ୍ଷା ସଂସ୍ଥାନ (ଏନଡିଏ) ପରୀକ୍ଷାରେ ଚଳିତ ଥର ସୁଯୋଗ ଦେବାକୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଆଜିଠାରୁ ‘ଅବିବାହିତା ମହିଳା ପ୍ରାର୍ଥୀ’ଙ୍କ ଆବେଦନ ପାଇଁ ୱେବସାଇଟ ଖୋଲିଛନ୍ତି। ଆସନ୍ତା ନଭେମ୍ବର ୧୪ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ୱିଣ୍ଡୋ ଆଜିଠାରୁ ଅକ୍ଟୋବର ୮ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ମହିଳା ପ୍ରାର୍ଥୀଙ୍କୁ ୨୦୨୨ ମେ’ ମାସରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦେବାକୁ ସରକାରଙ୍କ ଅନୁରୋଧ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ମହିଳା ପ୍ରାର୍ଥୀଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀ ନିର୍ଦ୍ଦେଶ ଦେବା ପରେ upsconline.nic.in ଅନଲାଇନ୍ ପୋର୍ଟାଲ୍ ଖୋଲିଛି ଯେଉଁଥିରେ କେବଳ ଅବିବାହିତ ମହିଳା ପ୍ରାର୍ଥୀମାନେ ଆବେଦନ କରିପାରିବେ।

Comments are closed.