ୟୁପିଏସ୍‌ସି ପରୀକ୍ଷା ଆଶାୟୀଙ୍କୁ ଅତିରିକ୍ତ ସୁଯୋଗ ମିଳିବନି

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ସିଭିଲ୍‌ ସର୍ଭିସ୍‌ ପରୀକ୍ଷା) ପାଇଁ ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ସୁଯୋଗ ମିଳିବ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। କରୋନା ସମୟରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଗୋଟିଏ ଅତିରିକ୍ତ ସୁଯୋଗ ପାଇଁ ଆବେଦନ କରାଯାଇଥିଲା। ବିଚାରପତି ଏଏମ୍‌ ଖାନଓୱିଲକର୍‌, ବିଚାରପତି ଇନ୍ଦୁ ମାଲହୋତ୍ରା ଓ ବିଚାରପତି ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ପୀଠ ପୂର୍ବରୁ କେନ୍ଦ୍ର ସରକାର, ଶତାଧିକ ଆବେଦନକାରୀ ଓ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ଯୁକ୍ତି ଶୁଣିବା ପରେ ମାମଲାକୁ ଖାରଜ କରିଦେବା ସହ ଅତିରିକ୍ତ ସୁଯୋଗ ପ୍ରଦାନକୁ ମନା କରିଛନ୍ତି। ୨୦୨୦ ପ୍ରିଲିମିନାରୀ ପରୀକ୍ଷା ଦେବା ଲାଗି ପ୍ରାୟ ୩୪ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ ଥିଲେ ମଧ୍ୟ କରୋନା ଯୋଗୁଁ ଏଥିପାଇଁ ବିଭ୍ରାଟ ସୃଷ୍ଟି ହୋଇଥିଲା। ସେମାନେ ଚଳିତ ବର୍ଷ ଆଉ ଥରେ ପରୀକ୍ଷା ଦେବାକୁ ଆଶାୟୀ ଥିଲେ।

Comments are closed.