ସୁବର୍ଣ୍ଣପୁରରେ ଉପଖଣ୍ଡ ସ୍ତରୀୟ ପାଲା ସମ୍ମିଳନୀ

ବାଙ୍କୀ : ବାଙ୍କୀ ପାଲା ପରିଷଦ ଆନୁକୂଲ୍ୟରେ ବୁଧବାର ଦିନ ଉପଖଣ୍ଡ ସ୍ତରୀୟ ପାଲା ସମ୍ମିଳନୀ ତଥା ପ୍ରଥମ ବାର୍ଷିକ ସମାରୋହ ଆଧ୍ୟାତ୍ମିକତାର ସହ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଗ୍ରାମବାସୀଙ୍କ ପକ୍ଷରୁ ସୁବର୍ଣ୍ଣପୁର ବଡଦାଣ୍ଡରେ ଆୟୋଜିତ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ଜୀବନ୍ତ ପ୍ରତୀକ ପାଲା ସମ୍ମିଳନୀ ଆୟୋଜନ ସୁବର୍ଣ୍ଣପୁର ଗ୍ରାମବାସୀଙ୍କ ପାଇଁ ଏକ ଆହ୍ୱାନ ବୋଲି ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି । ସକାଳ ୧୦ଘଟିକା ସମୟରେ ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର ପ୍ରଦୀପ ଜାଳି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଦଳେଇ, ସମ୍ପାଦକ ଲିଙ୍ଗରାଜ ତ୍ରିପାଠୀ, ପୂର୍ବତନ ସମିତି ସଭ୍ୟ ପ୍ରମୋଦ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ସମୟରେ ପାଲା ଓ ଲୋକ ସଂସ୍କୃତି ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଏଭଳି ସମାବେଶ ଆଗମୀ ପିଢୀଙ୍କ ପାଇଁ ଏକ ପ୍ରୟାସ ବୋଲି ଆଲୋକପାତ କରିଥିଲେ। ପ୍ରତିଷ୍ଠିତ ଗାୟକ ବସନ୍ତ କୁମାର ରଥଙ୍କ ସଭାପତିତ୍ୱରେ ଅପରାହ୍ନରେ ସଞ୍ଚାଳିତ ଉଦଯାପନୀ କାର୍ଯ୍ୟକ୍ରମରେ ଉପସଭାପତି ସୁଦର୍ଶନ ଜେନା, କାର୍ଯ୍ୟକାରୀ ସମ୍ପାଦକ ଅଭିରାମ ମହାପାତ୍ର, ସମ୍ପାଦକ ନରେନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ତ୍ରିପାଠୀ ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

Comments are closed.