ୟୁପିରେ ଦେଇଥିଲେ ଉତ୍ତେଜନାମୂଳକ ଭାଷଣ, ମୁମ୍ବାଇରୁ ଗିରଫ ହେଲେ ଡା. କଫିଲ

ଲକ୍ଷ୍ନୌ: ଅଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟରେ ସିଏଏ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଡାକ୍ତର କଫିଲ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶର ଏସଟିଏଫ ତାଙ୍କୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗିରଫ କରିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ସିଏଏ ବିରୋଧରେ ଡା. କଫିଲ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଅଲିଗଡର ସିଭିଲ ଲାଇନ ଥାନାରେ ସ୍ଥାନୀୟ ପୁଲିସ ଏତଲା ଦେଇଥିଲା। ସିଏଏ ବିରୋଧରେ ଏବଂ ଧାର୍ମିକ ଭାବନନାକୁ ଆଘାତ ପହଞ୍ଚାଇବା ଭଳି ଭାଷଣ ଦେଇଥିବା ନେଇ ତାଙ୍କ ନାମରେ ମାମଲା ହୋଇଥିଲା।

ଡା. କଫିଲ ନିଜ ଭାଷଣରେ ମୁଲସିମ ଛାତ୍ରଙ୍କୁ ସେମାନଙ୍କ ଧର୍ମକୁ ନେଇ ଉସୁକେଇବା, ଅନ୍ୟ ଧର୍ମ ପ୍ରତି ଘୃଣା ସୃଷ୍ଟି କରିବା ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ତାଙ୍କ ଭାଷଣକୁ ସ୍ଥାନୀୟ ପୁଲିସ ରେକର୍ଡ କରିଥିଲା।

Comments are closed.