ସିରିଆ ଭୂକମ୍ପରୁ ଉଦ୍ଧାର ନବଜାତ ଶିଶୁର ଡାକ୍ତରଖାନା ଉପରେ ଆକ୍ରମଣ

ଡେସ୍କ: ସିରିଆ ଭୂକମ୍ପରେ ଭାଙ୍ଗି ପଡିଥିବା ଘରର ଧ୍ୱଂସାବଶେଷ ତଳେ ଜନ୍ମ ହୋଇଥିବା ଏକ ଶିଶୁ କନ୍ୟାକୁ ଚିକିତ୍ସା କରୁଥିବା ସିରିଆର ଏକ ଡାକ୍ତରଖାନା ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି ଏବଂ ଆକ୍ରମଣକାରୀମାନେ ଡାକ୍ତରଖାନାର ନିର୍ଦ୍ଦେଶକଙ୍କୁ ମାଡ ମାରିଥିବା ଜଣାପଡିଛି। ତେବେ ସାମାଜିକ ଗଣମାଧ୍ୟମରେ ସମ୍ପୃକ୍ତ ଅଧିକାରୀ ଜଣକ ଅସ୍ୱୀକାର କରିଛନ୍ତି ଯେ ଏହି ଆକ୍ରମଣରେ ଆୟା ନାମକ ଶିଶୁକୁ ଅପହରଣ କରିବାର ପ୍ରୟାସ ଥିଲା। ଆରବୀ ଭାଷାରେ “ଆୟା’ର ଅର୍ଥ ଈଶ୍ୱରଙ୍କ ପ୍ରତୀକ। ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ପରେ ଆୟା ହସ୍ପିଟାଲରେ ଅଛି। ଏହି ବିପର୍ଯ୍ୟୟରେ ତାଙ୍କ ପିତାମାତା ଏବଂ ଚାରି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି।

ଆୟା ଜୀବିତ ଉଦ୍ଧାର ହେବା ପରେ ଘଟଣା ଭାଇରଲ ହୋଇଛି ଓ ବିଶ୍ୱର ବିଭିନ୍ନ ଅଂଚଳରୁ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହି ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ ଆୟାଙ୍କ ଫଟୋ ଉଠାଉଥିବା ଜଣେ ନର୍ସ ତାଙ୍କୁ ଅପହରଣ କରି ଡାକ୍ତରଖାନାରୁ ବାହାର କରିଦେବାକୁ ଯୋଜନା କରୁଥିବା ନିର୍ଦ୍ଦେଶକ ସନ୍ଦେହ କରୁଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବା ବନ୍ଧୁକଧାରୀଙ୍କ ସହ ସମ୍ପୃକ୍ତ ନର୍ସ ପୁଣି ଡାକ୍ତରଖାନାକୁ ଆସିଥିଲେ।

ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ନିର୍ଦ୍ଦେଶକଙ୍କ ପତ୍ନୀ ଆୟାଙ୍କୁ ସ୍ତନ୍ୟପାନ କରାଉଛନ୍ତି। ଇତି ମଧ୍ୟରେ ଅନେକ ଲୋକ ଆୟା ସେମାନଙ୍କ ସମ୍ପର୍କୀୟ ବୋଲି ଦାବି କରିବା ସହ ତାଙ୍କୁ ଘରକୁ ନେବାକୁ କହିଛନ୍ତି। ପୁଲିସ ସେହି ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି।

Comments are closed.