ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି

ଲଖନଉ : ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ପାଇଁ ଉତ୍ତରପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହିଳା କର୍ମଚାରୀଙ୍କୁ ସେମାନଙ୍କ ଲିଖିତ ସହମତି ବିନା ପ୍ରାତଃ ୬ଟା ପୂର୍ବରୁ ତଥା ସନ୍ଧ୍ୟା ସାତ ପରେ କର୍ମଚାରୀ କାର୍ଯ୍ୟାଳୟରେ କାମ କରିବାକୁ ବାଧ୍ୟ ନୁହେଁ । କୌଣସି ମହିଳା ଏହି ସମୟରେ କାମ କରିବାକୁ ଅରାଜି ହେଲେ ମହିଳାଙ୍କୁ କାର୍ଯ୍ୟରୁ ବାହାର କରାଯିବ ନାହିଁ ।ପ୍ରଦେଶ ସରକାର ରାଜ୍ୟର ସମସ୍ତ କାରଖାନାରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରିବାର ସମ୍ବନ୍ଧରର କାରଖାନା ଅଧିନିୟମ ୧୯୪୮ ର ଧାରା ୬୬ର ଉପଧାରା (୧)ର ଖଣ୍ଡ (ଖ)ରେ ଆଧାରରେ ଶକ୍ତିର ପ୍ରୟୋଗ କରାଯାଇ ଏହା ଲାଗୁ କରାଯାଇଛି ।
ଏହାକୁ କେନ୍ଦ୍ର କରି ମୁଖ୍ୟ ସଚିବ ଓ ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ଏହି ସର୍ତ୍ତ ଅନୁସାରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯିବ । ମହିଳା ଲିଖିତ ଭାବେ ସହମତି ଦେବା ପରେ ସନ୍ଧ୍ୟା ୭ଟା ପରଠାରୁ ପ୍ରାତଃ ୬ଟା ମଧ୍ୟରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ କାରଖାନା ନିୟୋଜକଙ୍କ ଦ୍ୱାରା ତାଙ୍କ ନିବାସ ସ୍ଥାନରୁ କାର୍ଯ୍ୟସ୍ଥଳ ଯାଏଁ ଆସିବା ଓ ଯିବା ପାଇଁ ମାଗଣାରେ ପରିବହନ ଉପଲବ୍ଧ କରାଯିବ । ଭୋଜନ ମଧ୍ୟ ଉପଲବ୍ଧ କରାଯିବ । କାର୍ଯ୍ୟସ୍ଥଳ ନିକଟରେ ଶୌଚାଳୟ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ ।

Comments are closed.