ଉତ୍ତରପ୍ରଦେଶ: ପୁରା ରାଜ୍ୟରେ ରବିବାର ଲକ୍‍ଡାଉନ୍‍, ମାସ୍କ ନ ପିନ୍ଧିଲେ ପ୍ରଥମ ଥର ହଜାରେ ଦ୍ବିତୀୟ ଥର ୧୦ ହଜାର ଜୋରିମାନା

ଲକ୍ଷ୍ନୌ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସାରା ରାଜ୍ୟରେ ରବିବାର ହେବ ଲକ୍‍ଡାଉନ୍‍। ଅତ୍ୟାବଶ୍ୟକ ସେବା ବ୍ୟତୀତ କେହି ବାହାରକୁ ବାହାରି ପାରିବେ ନାହିଁ। ଏହି ଦିନରେ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକୁ ସାନିଟାଇଜ୍‍ କରାଯିବ। ଏହାସହିତ ବିନା ମାସ୍କରେ ଧରାପଡ଼ିଲେ ୧ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ବିନା ମାସ୍କରେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

Comments are closed.