ଏହି କାରଣରୁ ମତଦାତା ପ୍ରଭାବିତ, ବିଜେପିର ହେବ ଫାଇଦା !

ଉତ୍ତର ପ୍ରଦେଶ:  ବିଧାନସଭା ନିର୍ବାଚନ ପାଇଁ କମ୍ପୁଛି ଉତ୍ତରପ୍ରଦେଶ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳ ଚେଷ୍ଟାକରୁଥିବା ଦେଖିବାକୁ ମିଳିଲାଣି । ନିର୍ବାଚନକୁ ଦୃଷ୍ଟରେ ରଖି ଉତ୍ତର ପ୍ରଦେଶରେ ରାଲି ଓ ଜନସଭାର ଆୟୋଜନ ମଧ୍ୟ ଆରମ୍ଭ ହେଲାଣି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ତର ପ୍ରଦେଶକୁ ୧୧ଥର ଗସ୍ତ କରିସାରିଲେଣି । ଆଉ ବିଜେପିର ଅନେକ ହେଭିିୱେଟ୍‍ ମଧ୍ୟ ମୈଦାନରେ ରହିଥିବା ନଜର ଆସିଲାଣି । ଯାହାକି ବିଜେପି ମହଲରେ ଉଷ୍ମତା ବଢ଼଼ାଇଥିବା ବେଳେ, ବିରୋଧୀଙ୍କ ପାଇଁ ଏକ ବଡ ଟକ୍କର ହୋଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଘନଘନ ଉତ୍ତର ପ୍ରଦେଶ ଗସ୍ତ ଓ ଅନେକ ହେଭିିୱେଟଙ୍କ ପ୍ରଚାରକୁ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା (ଏବିପି) ସର୍ଭେ କରିଛି । ଆଉ ସର୍ଭେରେ ବିଜେପି ପ୍ରତି ଲୋକଙ୍କ ମନରକଥାକୁ ଜଣାବାକୁ ଚେଷ୍ଟା କରିଛି । ଏବିପିର ସର୍ଭେ ଅନୁଯାୟୀ, ଉତ୍ତର ପ୍ରଦେଶକୁ ପ୍ରଧାନମନ୍ତ୍ରୀ ଓ ବିଜେପିର ହେଭିିୱେଟଙ୍କ ଘନଘନ ଗସ୍ତ ଦ୍ୱାରା ବିଜେପି ଲାଭଦାୟକ ହେବ ବୋଲି କହିଛନ୍ତି ୪୩% ଭୋଟର । ଏଥିସହ ୨୯% ଲୋକ କହିଛନ୍ତି ଏହା ଦ୍ୱାରା ବିଜେପି ସେପରି ବେଶୀ କିଛି ଲାଭ ପାଇପାରିବ ନାହିଁ । ଆଉ ୨୮% ଲୋକ କହିଛନ୍ତି ଏହା ଦ୍ୱାରା ବିଜେପି କୌଣସି ଲଭ ପାଇବ ନାହିଁ । ତେବେ ଶେଷରେ କହିରଖିବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଜେପି ନଡା କ୍ରମାଗତ ଭାବରେ ଉତ୍ତର ପ୍ରଦେଶ ଗସ୍ତ କରୁଛନ୍ତି। ତେବେ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ ରହିଛି । ଗତ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ଏକ ରାଲି କରିଥିଲେ । ତାହା ସହ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ୧୮ ଡିସେମ୍ବରରେ ଶାହାଜାହାନପୁରରେ ଏକ ରାଲି କରିଥିଲେ। ତାଙ୍କ ୟୁପି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯୋଗୀ ସରକାରଙ୍କ କାର୍ୟ୍ୟକୁ ଗଣନା କରିବା ସହ ପୂର୍ବ ସରକାରଙ୍କୁ ଟାର୍ଗେଟରେ ରଖିଛନ୍ତି।

Comments are closed.