କରୋନା ମୁକାବିଲା : ଲକ୍ଷ୍ନୌରେ ଦିନ ମଜୁରିଆ ଏବଂ ଶ୍ରମିକଙ୍କ ପାଇଁ ଭତ୍ତା ଘୋଷଣା, ଓଡିଶାରେ କେବେ…

ଲକ୍ଷ୍ନୌ/ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ଏବେ ଦେଶର ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବିକାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ରକ୍ଷଣାବେକ୍ଷଣ ଭତ୍ତା ପାଇଁ ୟୁପି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରମିକ ଓ ଦିନ ମଜୁରିଆମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମାସକୁ ଏକ ହଜାର ଲେଖାଏଁ ଭତ୍ତା ଦିଆଯିବ।

ଶ୍ରମ ବିଭାଗରେ ପଞ୍ଜୀକୃତ ଶ୍ରମିକମାନଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଯୋଗାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ବିଭାଗ ଏବଂ ଅନ୍ୟାନ୍ୟ ବର୍ଗର ଶ୍ରମିକମାନଙ୍କୁ ଚିହ୍ନଟ କରି ନଗଦ ଅର୍ଥ ପ୍ରଦାନ କରିବାକୁ ରାଜସ୍ୱ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିଭାଗକୁ ନୋଡାଲ ବିଭାଗ କରାଯାଇଛି।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁଁ ଜୀବିକା ସଙ୍କଟରେ ପ୍ରଭାବିତ ଦିନ ମଜୁରିଆ ଏବଂ ଶ୍ରମିକମାନଙ୍କ ପାଇଁ ଏକ ହଜାର ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ସିଏମ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ନିର୍ମାଣ ଶ୍ରମିକ, ଶ୍ରମ ବିଭାଗରେ ପଞ୍ଜୀକୃତ ଶ୍ରମିକଙ୍କ ସମେତ ପ୍ରାୟ ଏକ କୋଟି ୬୫ ଲକ୍ଷ ୩୧ ହଜାର ଅଭାବୀଙ୍କୁ ମାଗଣାରେ ୨୦ କିଲୋଗ୍ରାମ ଗହମ ଏବଂ ୧୫ କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ସର୍ବଜାନିକ ବିତରଣ କରୁଥିବା ଦୋକାନୀକୁ ନିଶୁଳ୍କ ଘୋଷଣା କରାଯାଇଛି। ଏଥିରେ ୯୪.୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ୟୁପି ସରକାର ଦିନ ମଜୁରିଆଙ୍କ ଓ ଶ୍ରମିକଙ୍କ ପାଇଁ ଭତ୍ତା ଘୋଷଣା କରିଥିବା ବେଳେ ଓଡିଶାରେ ଏହି ବ୍ୟବସ୍ଥା କେବେ ଲାଗୁ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Comments are closed.