ଯୋଗୀଙ୍କୁ ପୁଣି ଝଟକା, ବିଜେପି ଛାଡ଼ିଲେ ଆଉ ଜଣେ ବିଧାୟକ

ଲକ୍ଷ୍ନୌ: ସରଗରମ ଉତ୍ତରପ୍ରଦେଶ ରାଜନୀତି । ଉତ୍ତରପ୍ରଦେଶରେ ପୁଣି ବିଜେପିକୁ ଝଟକା ଲାଗିଛି । ବିଜେପି ଛାଡ଼ିଛନ୍ତି ବିଧାୟକ ମୁକେଶ ବର୍ମା । ଏକ ଟ୍ୱିଟରେ ଏନେଇ ସେ ଏକ ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରରେ ଦଳ ଓବିସି ପ୍ରତି ଅବହେଳା କରୁଥିବା ଦର୍ଶାଇଛନ୍ତି । ଗତ ୩ଦିନରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଏବଂ ଅନ୍ୟ ୪ ଜଣ ଓବିସି ବିଧାୟକ ବିଜେପି ଛାଡ଼ିଛନ୍ତି । ଏବଂ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ଡାକରା ଯୋଗୁ ମୁକେଶ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ମୁକେଶଙ୍କ କହିବା ଅନୁସାରେ ବିଜେପି ପଛୁଆବର୍ଗ ଏବଂ ସଂଖ୍ୟା ଲଘୁଙ୍କ ପ୍ରଗତି ସେମିତି କିଛି କାମ କରିନାହିଁ । ତାହା ସହ ସେମାନଙ୍କୁ ଦଳ ଅସମ୍ମାନ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ରାଜ୍ୟରେ ଗରୀବ ଓ ବେକାରୀ ମଧ୍ୟ ରହୁଛନ୍ତି । ସେମାଙ୍କ ପ୍ରତି ସରକାର କିଛି ଭଲ ପଦକ୍ଷେପ ନେଉନାହାନ୍ତି ଏବଂ ସେଥିପାଇଁ ମୁଁ ଦଳ ଛାଡ଼ୁଛି ବୋଲି ସେ କହିଛନ୍ତି ।

Comments are closed.