କୋରାପୁଟର ଜୟପୁରରୁ ଉଡିବ ବିମାନ – ନବନିର୍ମିତ ବିମାନବନ୍ଦରକୁ ଉଡାଣ ଅନୁମତି ମିଳିଲା

ଭୁବନେଶ୍ୱର – କୋରାପୁଟର ଜୟପୁରରେ ନୂଆକରି ନିର୍ମାଣ କରାଯାଇଥିବା ବିମାନବନ୍ଦରରୁ ବିମାନ ଉଡିବ । ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନୁମତି ମିଳିଛି । ଅକ୍ଟୋବର ୨୦ ତାରିଖରେ ଡିଜିସିଏ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଜୁଲାଇମାସରେ ଡିଜିସିଏର ଏକ ଟିମ୍‌ ଜୟପୁର ବିମାନବନ୍ଦର ଅନୁଧ୍ୟାନ କରି ସେଠାରେ ୬୭ଟି ତ୍ରୁଟି ଥିବା ଦର୍ଶାଇଥିଲେ । ପରେ ଅକ୍ଟୋବର ୧୩ ତାରିଖରେ ଆସିଥିବା ଟିମ୍‌ କଅଣ ସବୁ ସୁଧାର କରାଯାଇଛି ତାହାର ଯାଞ୍ଚ କରିଥିଲେ । ଏହାପରେ ଡିଜିସିଏ ପକ୍ଷରୁ ଜୟପୁରରୁ ଉଡାନ୍‌ ଯୋଜନା ଅଧିନରେ ବିମାନ ଉଡାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

 

Comments are closed.