ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ଭଳି ଗୁଳିକରି ମାରି ଦିଆଯାଉ: ଉନ୍ନାଓ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦିଶାଙ୍କୁ ନ୍ୟାୟ ମିଳିଲା ବୋଲି ସବୁ ମହଲରେ ମତପ୍ରକାଶ ପାଇବା ଖୁସି ଦେଖିବାକୁ ମିଳିଥିଲା। କିନ୍ତୁ ସେହିଦିନ ରାତିରେ ଉନ୍ନାଓ ପୀଡ଼ିତା ଆଖିବୁଜିଲେ, ଯାହା ପୁଣି ଥରେ ଦେଶବାସୀଙ୍କୁ ଦୁଃଖିତ କରିଥିଲା। ଏବେ ଦିଶାଙ୍କ ଭଳି ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସବୁ ସ୍ତରରେ ଦାବି ହେଉଛି। ଏପରି କି ପରିବାର ଲୋକେ ହାଇଦ୍ରାବାଦ ଭଳି ଉନ୍ନାଓ ପୀଡ଼ିତାଙ୍କ ଅଭିଯୁକ୍ତମାନଙ୍କୁ ଗୁଳି କରି ମାରିଦେବାକୁ ଦାବି କରିଛନ୍ତି।

ପୀଡ଼ିତାଙ୍କ ବାପା ପୁଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି। ତାଙ୍କ ଝିଅ ସହିତ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସେମାନଙ୍କୁ ଦଉଡ଼ାଇ ଦଉଡ଼ାଇ ମାରି ଦିଆଯାଉ ବୋଲି ଯୋଗୀ ସରକାର ନିକଟରେ ଦାବି କରିଛନ୍ତି। ହାଇଦ୍ରାବାଦରେ ଦିଶାଙ୍କ ଅଭିଯୁକ୍ତମାନଙ୍କୁ ଯେପରି ମାରି ଦିଆଗଲା ଠିକ୍‌ ସେହିପରି ମୋ ଝିଅ ମାମଲାରେ ଅଭିଯୁକ୍ତମାନଙ୍କୁ ମାରି ଦିଆଯାଉ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଏହା ନ ହେଲେ ଅଭିଯୁକ୍ତମାନଙ୍କୁ ଫାଶୀରେ ଝୁଲାଇ ଦିଆଯାଉ। ସମସ୍ତ ୫ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ପରେ ହିଁ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

Comments are closed.