ଅଗଷ୍ଟ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ବୃଦ୍ଧି

ନୂଆଦିଲ୍ଲୀ: ବିଦେଶକୁ ଅନ୍ତର୍ଜାତୀୟ ଉଡାଣକୁ କେନ୍ଦ୍ର ସରକାର ଚଳିତ ମାସ ୩୧ ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଦେଶରୁ ଏବଂ ଦେଶ ବାହାରୁ ଅନ୍ତର୍ଜାତୀୟ ଉଡାଣ ବାତିଲ କରାଯାଇଥିଲା। ଏବେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ସିଡ୍ୟୁଲ ଉଡାଣ ବାତିଲ ନିର୍ଦେଶନାମାକୁ ବଢାଇ ଦିଆଯାଇଛି। ଅନ୍ୟ ପକ୍ଷରେ ଡିଜିସିଏ ପକ୍ଷରୁ ଅନୁମୋଦିତ ସମସ୍ତ ପ୍ରକାର ଅନ୍ତଜାତୀୟ କାରଗୋ ଏବଂ ବିମାନ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବ ନାହିଁ।

ଚଳିତ ମାସ ମଧ୍ୟ ରାତ୍ର ଯାଏ ଏହି ନିୟମ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଜୁଲାଇ ୩ରେ ଡିଜିସିଏ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣାକୁ ପ୍ରଥମେ ଚଳିତମାସ ୧୫ ଏବଂ ପରବର୍ତ୍ତି ସମୟରେ ଏହାକୁ ଅଗଷ୍ଟ ୩୧ ଯାଏ ବୃଦ୍ଧି କରିଥିଲେ। ବର୍ତ୍ତମାନ ସମୟରେ ଅନ୍ତଜାତୀୟ ବିମାନ ଉଡାଣ ପ୍ରସ୍ତୁତି ପାଇଁ କିଛି ସମୟ ଲାଗିବାକୁ ଥିବାରୁ ସରକାର ଏବେ ଏ ନେଇ ନିଷ୍ପତ୍ତି ଗ୍ରହଣ କରୁ ନ ଥିବା ଡିଜିସିଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

Comments are closed.