ଅନଲକ୍‍-୩ : ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା

୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ସାରା ଦେଶରେ ସବୁଠାରୁ କମ୍‍ ରହିଛି। କରେନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିବ। ତେବେ ଳୋକଙ୍କ ଜୀବନ ରକ୍ଷା କରିବା ଆମର ମୂଳ ଲକ୍ଷ୍ୟ। ରାଜ୍ୟରେ କିପରି ରହିବ ଅନଲକ୍‍-୩। କି ପ୍ରକାର କଟକଣା ଲାଗୁହେବ ସେ ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହା କହିଛନ୍ତି। ମାତ୍ର ୧୦% ଲୋକ କଟକଣା ମାନୁ ନାହାନ୍ତି।

ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ବିବାହ ପାଇଁ ଥିବା କଟକଣା ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରି ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅନଲକ୍‍-୩ ପାଇଁ ଲାଗୁ ହେବାକୁଥିବା ବିିଭିନ୍ନ କଟକଣା ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

-କଂଟେନମେଂଟ ଜୋନରେ ସଂମ୍ପୂର୍ଣ୍ଣ କଟକଣା ଜାରିରହିବ
-୪ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

-ଅଗଷ୍ଟ ୧ ଓ ୨ କଟକଣାରେ ସାମାନ୍ୟ କୋହଳ

-କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟଡାଉନ

-ରାତ୍ରି କାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ବଳବତର

– ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

-ପ୍ରତି ସପ୍ତାହର ଶନିବାର ସରକାରୀ ଅଫିସ ବନ୍ଦ ରହିବ

-ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ତ ଜରୁରୀକାଳୀନ ସେବା ପାଇଁ କୌଣସି କଟକଣା ରହିବ ନାହିଁ

-ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନକୁ ଜନସାଧାରଣ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

-ଅଗଷ୍ଟ ୫ ତାରିଖରୁ ଯୋଗ କେନ୍ଦ୍ର ଓ ଯୋଗ ପ୍ରଶିକ୍ଷଣ ଅନୁଷ୍ଠାନ ଖୋଲିବ

-ଅଗଷ୍ଟ ୩୧ ଯାଏଁ ସିନେମା ହଲ୍ ସମ୍ପୂର୍ଣ୍ଣ ବନ୍ଦ 

Comments are closed.