ଅଜଣା ନାବାଳିକାକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କଲା ତୁରୁମୁଙ୍ଗା ପୁଲିସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଡାବରଚୁଆ ନିକଟରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଜଣେ ଅଜଣା ୮ ବର୍ଷର ନାବାଳିକା ସାଇକେଲ ଧରି ବୁଲୁଥିବା ସମୟରେ ସ୍ଥାନୀୟ ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ । ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛନ୍ତି । ନାବାଳିକାଟି ତା’ ନାମ ରୋଜାଲିନ ହେସା ବୋଲି କହୁଥିବା ବେଳେ ଘରର ଠିକଣା ସଠିକ କହିପାରୁ ନ ଥିବାରୁ ସେ ବାଟବଣା ହୋଇଥିବା ଅନୁମାନ କରାଯାଉଛି ।

Comments are closed.