ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳସଦର: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ରେଳଧାରଣା ନିକଟରୁ ରବିବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଜଣକ ଟ୍ରେନ୍‍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଏ ସଂପର୍କରେ ଖବରପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ୍‍ ଜିଆର୍‍ପିକୁ ଘଟଣା ବିଷୟରେ ଅବଗତ କରାଇଥିଲା। ତାଳଚେର ଜିଆର୍‍ପି ପୁଲିସ୍‍ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

Comments are closed.