ରାଜଧାନୀର ୟୁନିଟ-୪ ମାର୍କେଟକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ତଥା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶୁକ୍ରବାର ରାଜଧାନୀର ୟୁନିଟ-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ୟୁନିଟ-୪ ହାଟକୁ ମଧ୍ୟ ବନ୍ଦ କରିଥିବା ଜଣାପଡ଼ିଛି। ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି କୁହାଯାଇଛି।  ସମ୍ପୃକ୍ତ ଅଂଚଳରେ କେତେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ୟୁନିଟ-୪ ମାର୍କେଟକୁ ସିଲ କରାଯାଇଛି। ଏହାଛଡ଼ା ନିକଟରେ ଥିବା ଦୋକାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ। ସେହିପରି ନୂଆପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

Comments are closed.