ନିଟ୍ ପାଇଁ ରବିବାର ବନ୍ଦ ରହିବ ୟୁନିଟ-୧ ହାଟ

ଭୁବନେଶ୍ୱର : ରବିବାର ଦିନ ରାଜଧାନୀର ଏକ ନମ୍ବର ହାଟ ବନ୍ଦ ରହିବ। ନିଟ୍ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଆସନ୍ତା ୧ ତାରିଖରେ ୟୁନିଟ-୧ ହାଟକୁ ୬ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର ଓ ବାହାର ସମସ୍ତ ଦୋକାନବଜାର ବନ୍ଦ ରହିବ। ନିଟ୍  ପରୀକ୍ଷା ପାଇଁ ମଦର ପ୍ଲବିକ୍ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଛି। ମଦର ପ୍ଲବିକ୍ ସ୍କୁଲ ୧ ନମ୍ବର ହାଟକୁ ଲାଗି ଥିବାରୁ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଏମସି ପକ୍ଷରୁ ୟୁନିଟ-୧ ହାଟର ଉଭୟ ହୋଲସେଲ୍ ଓ ରିଟେଲ ଦୋକାନକୁ ୧ ତାରିଖ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

 

 

 

Comments are closed.