ଋଷରେ ଓଏନ୍‍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍‍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀଙ୍କୁ ଭେଟିଲେ

ଋଷ/ନୂଆଦିଲ୍ଲୀ : ପାଞ୍ଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍‍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।
ଋଷର ଗ୍ୟାସ କ୍ଷେତ୍ରରେ ଓଏନ୍‍ଜିସି ବିଦେଶ କମ୍ପାନୀ ଋଷର ସାଖାଲିନ୍‍-୧ ପ୍ରକଳ୍ପରେ ଭାରତର ସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଏବଂ ଋଷର ଉର୍ଜା ସଂଯୋଗକୁ ମଜବୁତ୍‍ କରିବା ପାଇଁ ଓଏନଜିସି ବିଦେଶ କମ୍ପାନୀ ୨୦୦୧ ଠାରୁ ସାଖାଲିନ୍‍ -୧ ପ୍ରକଳ୍ପରେ ୨୦ ପ୍ରତିଶତ ଭାଗୀଦାର ରହିଆସୁଛି। ସେତେବେଳେ ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଋଷ ରେ ଭାରତୀୟ ରାଷ୍ଟ୍ରଦୂତ ସତି ଲାମ୍ବାଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ବର୍ତମାନ
ରାଷ୍ଟ୍ରଦୂତ ଥିବା ଶ୍ରୀ ଭେଙ୍କଟେଶ୍‍ ବର୍ମା ମଧ୍ୟ ଏହି ପ୍ରକଳ୍ପରେ ସାମିଲ ଥିବା ଶ୍ରୀ ପ୍ରଧାନ କହିଛନ୍ତି।
ଭାରତରେ ‘ବମ୍ବେ ହାଇ’ ଭଳି ସାଖାଲିନ୍‍ ବିପୁଳ ତୈଳ ଉତ୍ପାଦକ କ୍ଷେତ୍ର ଅଟେ। ଏକ୍ସନ ମୋବିଲ କର୍ପୋରେସନ୍‍, ରୋଜନେଫ୍ଟ, ଜାପାନିଜ୍‍ ଏସଓଡିଇସିଓ ଏବଂ ଭାରତର ଓଏନଜିସି ବିଦେଶ କମ୍ପାନୀ ଏହାର ସହଯୋଗୀ ଥିବା ବେଳେ ସମସ୍ତଙ୍କ ଭାଗିଦାରୀରେ ଏହା ୨୦୫୫ ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସ ଉତ୍ପାଦନ କରିବାର ଯୋଜନା ରଖିଛି।
ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ପ୍ରତିନିଧି ମଣ୍ଡଳି ସହ ଓଏନ୍‍ଜିସି ବିଦେଶ ଭାଗିଦାରୀ ଥିବା ରିଗ୍‍ ‘କ୍ରିଚେଟ୍‍’ ବୁଲି ଦେଖିଛନ୍ତି । ଏଠାରେ ମାଇନସ୍‍ ୪୦ ଡିଗ୍ରୀ ତାପମାତ୍ରାରେ କାମ କରିବାକୁ ପଡେ। ଏହାବ୍ୟତିତ ସେ ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀ ସନ୍ତୋଷ ଦାଶଙ୍କୁ ସାକ୍ଷାତ୍‍ କରି ଆଲୋଚନା କରିଛନ୍ତି।

Comments are closed.