କୋଭିଡ ଟିକାକରଣକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଜାବଡେକର

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କୋଭିଡ ଟିକାକରଣକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର। ଭାରତରେ ଟିକାକରଣ ନୀତି ବିରୋଧରେ କଂଗ୍ରେସ ନେତା ରାହୁଲ୍‍ ଗାନ୍ଧୀ ଦେଇଥିବା ଟିପ୍ପଣୀକୁ ଶ୍ରୀ ଜାବଡେକର ସମାଲୋଚନା କରିଛନ୍ତି। ଶ୍ରୀ ଜାବଡେକର କହିଛନ୍ତି, କଂଗ୍ରେସ ଦଳ ସର୍ବଦା ପରିସ୍ଥିତିକୁ ସମ୍ମୁଖୀନ ହେବା ନେଇ ରାଷ୍ଟ୍ରର ଦକ୍ଷତାକୁ ସନ୍ଦେହ କରିଆସିଛି। ସରକାରଙ୍କ କୋଭିଡ୍‍ ପରିଚାଳନା ରଣନୀତିକୁ ଏକ ନାଟକ ଭାବେ ବର୍ଣ୍ଣନା କରିଥିବାରୁ ଶ୍ରୀ ଜାବଡେକର ରାହୁଲ୍‍ ଗାନ୍ଧୀଙ୍କର ସମାଲୋଚନା କରି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ଯୋଗାଇ ଦେଉଥିବା ଭେଣ୍ଟିଲେଟର୍‍ ଓ ମେଡିକାଲ ଉପକରଣ ଗୁଡ଼ିକର ସଠିକ୍‍ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ଜାବଡେକର କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୨ କୋଟିରୁ ଊର୍ଦ୍ଧ୍ବ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୦୦ କୋଟି ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି। ଶ୍ରୀ ଜାବଡେକର କହିଛନ୍ତି, ଦେଶରେ କୋଭିଡ୍‍ ଟିକାକରଣ ପାଇଁ ସରକାର ସବୁପ୍ରକାର ପ୍ରୟାସ କରିଆସୁଛନ୍ତି।

Comments are closed.