କରୋନାରେ ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ଦେହାନ୍ତ

ନୂଆଦିଲ୍ଲୀ : ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ବୁଧବାର କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଚଳିତ ମାସ ଆରମ୍ଭରେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୁରେଶ ଅଙ୍ଗାଡି କରୋନା କାରଣରୁ ପ୍ରାଣ ହରାଇବାରେ କର୍ଣ୍ଣାଟକର ଦ୍ଵିତୀୟ ସାଂସଦ। ତାଙ୍କ ପୂର୍ବରୁ ଅଶୋକ ଗଷ୍ଟିଙ୍କ ଗତ ଦିନରେ କରୋନାରେ ମୃତ୍ୟୁ ଘଟିଥିଲା।

Comments are closed.