ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

-ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ସ୍ୱାର୍ଥରେ ଅଶୋଧିତ ତୈଳର ମୂଲ୍ୟ ସୀମିତ ରଖିବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଭୁବନେଶ୍ୱର : ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥିକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ୱାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓପେକ୍ ସେକ୍ରେଟାରୀ ଜେନେରାଲ ଡା. ମହମ୍ମଦ ସାନୁସୀ ବାରକିଣ୍ଡୋଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।
ଏହି ବୈଠକରେ ଅଶୋଧିତ ତୈଳ ଦରରେ ବୃଦ୍ଧି ନେଇ ଭାରତର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଅଶୋଧିତ ତୈଳ ଦରରେ ବୃଦ୍ଧି କାରଣରୁ ଖାଉଟି ଏବଂ ଆର୍ଥିକ ଗତିବିଧିର ପୁନରୁଦ୍ଧାର ଉପରେ ପଡ଼ୁଥିବା ପ୍ରଭାବ ତଥା ଏହି କାରଣରୁ ଭାରତର ମୁଦ୍ରାସ୍ଫିତି ଉପରେ ପଡ଼ୁଥିବା ଚାପ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ପର୍ଯ୍ୟାୟ କ୍ରମେ ତୈଳ ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ସେ ନିଜର ଅନୁରୋଧକୁ ପୁନର୍ବାର ଦୋହରାଇବା ସହ ସହ ଉଭୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ସ୍ୱାର୍ଥରେ ଅଶୋଧିତ ତୈଳର ମୂଲ୍ୟ ରଖିବା ପାଇଁ ମଧ୍ୟ ଜୋର ଦେଇଛନ୍ତି।
ଏହା ବ୍ୟତିତ ଶ୍ରୀ ପ୍ରଧାନ ଓପେକ ଦ୍ୱାରା ହୋଇଥିବା ଏକ ବିଶ୍ଲେଷଣ ଉପରେ ମତପ୍ରକାଶ କରି କରିଛନ୍ତି ଯେ, ଭାରତ ଆଗାମୀ ଦିନରେ ବୈଶ୍ୱିକ ଉର୍ଜା ଚାହିଦା ଅଭିବୃଦ୍ଧିରେ ମୁଖ୍ୟ ସ୍ଥାନ ଗ୍ରହଣ କରିବ। ଭାରତ ୨୦୨୧ରେ ଦ୍ରୁତ ଅଭିବୃଦ୍ଧି ବଜାରର ଅର୍ଥ ବ୍ୟବସ୍ଥାରେ ଉଭା ହେଉଛି। ସାଉଦି ଆରବ ଏବଂ ୟୁଏଇ କୋଭିଡ ମହାମାରୀର ଦ୍ୱିତୀୟ ଲହରରେ ଭାରତକୁ ଆବଶ୍ୟକୀୟ ଔଷଧ, ଆଇଏସଓ କଣ୍ଟେନର,ଏଲଏମଓ ଏବଂ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଯୋଗାଇ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ସେକ୍ରେଟାରୀ ଜେନେରାଲ ଡକ୍ଟର ବାର୍କିଣ୍ଡୋଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।
୨୦୧୫ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଉଚ୍ଚସ୍ତରୀୟ ବୈଠକ “ଓପେକ୍ – ଇଣ୍ଡିଆ ଏନର୍ଜି ଡାଇଲୋଗ” ଠାରୁ ଭାରତ ଏବଂ ଓପେକ ମଧ୍ୟରେ ବୈଷୟିକ ସମନ୍ୱୟ, ବିଶେଷଜ୍ଞ ପରାମର୍ଶ ଏବଂ ଅନ୍ୟାନ୍ୟ ସମନ୍ୱୟ କ୍ଷେତ୍ରରେ ବୃଦ୍ଧି ହୋଇଛି।

Comments are closed.