କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନୀଳାଚଳ କୃଷକ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ

ସାକ୍ଷୀଗୋପାଳ : ନୀଳାଚଳ କୃଷକ  ମହାସଂଘ ତରଫରୁ  କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ପୁରୀ ଜିଲ୍ଲାର ନଦୀନାଳ ଖନନ, ଜଳ ସେଚନ ଓ ଜଳ ନିଷ୍କାସନ ନିମନ୍ତେ ଏକ ଦାବିପତ୍ର ଯଶୁଆ ପୁର ନିକଟସ୍ଥ ବିଜେପି ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ପ୍ରଦାନ କରାଯାଇଛି।  ପୁରୀ ଜିଲ୍ଲାର ଦୟା, ଭାର୍ଗବୀ, ଲୁଣା , ମନ୍ଦାକିନୀ, ରାଜୁଆ ପ୍ରଭୃତି  କୋଡିଏ ଗୋଟି ନଦୀ ନାଳ ସହିତ ନଦୀକୁ ସଂଯୋଗୀକରଣ  କରୁଥିବା ଚିଲିକା ଓ ସମୁଦ୍ର  ମୁହାଣ ଗୁଡିକୁ ଖନନ କରିବା ସହିତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଏକ କମିଟି ଗଠନ କରାଯାଇ ଜଳସେଚନ ଓ ନିଷ୍କାସନର ଏକ ସ୍ଥାୟୀ ପ୍ରତିକାର  ନିମନ୍ତେ  ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।  ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ମହାସଂଘକୁ ଏ ସମ୍ପର୍କରେ ଅବଗତ  କରାଯିବ  ବୋଲି ମହାସଂଘ ତରଫରୁ ଉପସ୍ଥିତ ଥିବା ମହାସଂଘର କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରତିଶ୍ରୁତି  ପ୍ରଦାନ କରିଥିଲେ। ମହାସଂଘର ସମ୍ପାଦକ ଉଗ୍ରସେନ ବିଶ୍ଵାଳ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, କଣାସ ବ୍ଲକ ସଭାପତି କେଦାରଶ୍ୱର ପରିଡା, ଜ଼ିଲ୍ଲା କମିଟିର ସଭ୍ୟ ପ୍ରକାଶ ଚନ୍ଦ୍ର ନାୟକ, ସର୍ବେଶ୍ୱର  ନାୟକ, ପୁରୀ ସଦର ବ୍ଲକ ସଭାପତି ଅରକ୍ଷିତ ଦାସ, ଵିରେନ ପଟ୍ଟନାୟକ, ରାଜକିଶାର ସାହୁ, ପ୍ରତାପ ପାଇକରାୟ ଓ ସତ୍ୟପିର ଜେନା ପ୍ରମୁଖଙ୍କ ସମେତ ଅନ୍ୟମାନେ  ଏହି ଅବସରରେ  ଉପସ୍ଥିତଥିଲେ।

ପ୍ରକାଶ ଥାଉ କି ପୁରୀ ଜିଲ୍ଲାର ଏହି ଜଳ ସେଚନ, ଜଳ ନିଷ୍କାସନ ଓ ନଦୀନାଳ ଖନନ ନିମନ୍ତେ ପଟ୍ଟନାଇକିଆସ୍ଥିତ ଯାଯାବର ପରିସରରେ ମହାସଂଘ ତରଫରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Comments are closed.