ପ୍ଳାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ : କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶନିବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଳେଜ ଓ ହସ୍ପିଟାଲରେ ପ୍ଳାଜମା ଦାନ କରିଛନ୍ତି। ଏଥିସହିତ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ସମସ୍ତେ ପ୍ଳାଜମା ଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢେଇରେ ବିଜୟ ଲାଭ କରିବା ପାଇଁ ପ୍ଳାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଛନ୍ତି। ଫଳରେ ଆମେ ଏହି ଲଢେଇରେ ନିଶ୍ଚୟ ବିଜୟ ଲାଭ କରି ପାରିବା।

Comments are closed.