ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ : ଧର୍ମେନ୍ଦ୍ର ପ୍ରଧାନ

ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସର କେମକନ୍‍- ୨୦୧୯ର ଉଦ୍‍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ

-ଦେଶର ଅର୍ଥନୀତିର ବିକାଶରେ ରସାୟନ ବିଜ୍ଞାନ ବିଭାଗର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
-ପଲିସି ନିର୍ମାତା, ଅନୁଷ୍ଠାନ ଏବଂ ଶିଳ୍ପର ତାଳମେଳ ହିଁ ସବୁ ଆହ୍ୱାନକୁ ସାମ୍ନା କରିପାରିବ
-ଓଡିଶାର ତାଳଚେରରେ ପ୍ରଥମ ସିନଗ୍ୟାସ ପ୍ଲାଂଟ ନିର୍ମାଣ କାମ ଆରମ୍ଭ ହୋଇଛି
-ବାୟୋମାସରୁ ୫ ହଜାର ମିଥାନଲ ପ୍ଲାଟ ନିର୍ମାଣ ହେବା ପାଇଁ ଯୋଜନା
-୨୦୩୦ ସୁଦ୍ଧା ବିଶ୍ୱର ୧ ନମ୍ବର ଉର୍ଜା ଉପଭୋକ୍ତା ରାଷ୍ଟ୍ର ହେବ ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତର ଲୋକଙ୍କୁ ମାଲିକ ହେବାକୁ ପଡିବ। ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ ପକ୍ଷରୁ ଆୟୋଜିତ କେମ୍‍କନ- ୨୦୧୯ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରେଲିୟମ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ସ୍ଥାନୀୟକରଣ କରିବାରେ, ଆମଦାନୀକୁ ବଢାଇ ରପ୍ତାନୀକୁ କମାଇବାରେ ଏବଂ ବିଦେଶୀ ଖର୍ଚ୍ଚକୁ କମାଇବାର ଚାବିକାଠି ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି ଓ ଦେଶର ବିକାଶକୁ ସୁଦୃଢ କରିବାର ଶକ୍ତି ଏହି ବିଭାଗ ପାଖରେ ରହିଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଭାରତ ଆଜି ଅନେକ ସମସ୍ୟା ଦେଇ ଗତିକରୁଛି । ଅନ୍ୟ ଦେଶ ତୁଳନାରେ ଦେଶରେ ପଲିସି ନିର୍ମାତା, ଅନୁଷ୍ଠାନ ଏବଂ ଶିଳ୍ପର ତାଳମେଳ ନରହିବା କାରଣରୁ ବିଫଳତାକୁ ବିଜୟ କରିବା ସମ୍ଭବ ହେଉନାହିଁ। ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ଯୁବ ବର୍ଗଙ୍କ ଠାରୁ ଅନେକ ଅପେକ୍ଷା ରଖିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରଥମ ସିନଗ୍ୟାସ ପ୍ଲାଂଟ ଓଡିଶାର ତାଳଚେରରେ ପ୍ରତିଷ୍ଠା କରାଯିବ। ଭାରତ ସରକାରଙ୍କ ଗେଲ୍‍, କୋଲ ଇଣ୍ଡିଆ, ରାଷ୍ଟାୟତ ଫର୍ଟିଲାଇଜର ସହାୟତାରେ ଏହି କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ଗତି କରୁଛି । ତେଣୁ ବିଶ୍ୱ ଦୃଶ୍ୟପଟ୍ଟରେ ଭାରତ ପାଖରେ ନୂଆ ସୁଯୋଗମାନ ରହିଛି । ଏହି ସମୟରେ ଦେଶକୁ ବିଫଳତାକୁ ସାମ୍ନା କରି ଜିତିବାକୁ ହେବ। ଅପରପକ୍ଷରେ ଭାରତବର୍ଷର ସାଧାରଣ ଲୋକର ଜୀବନରେ ମୌଳିକ ପରିବର୍ତ୍ତନ ଆଣିବାର କ୍ଷମତା ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି। ୨୦୩୦ ସୁଦ୍ଧା ଭାରତ ଦୁନିଆର ୧ ନମ୍ବର ଉର୍ଜା ଉପଭୋକ୍ତା ହେବ ବୋଲି ସେ କହିଛନ୍ତି ।
ଭାରତରେ ସ୍ଥାନୀୟ ବାୟୋମାସରୁ ୫ ହଜାର ମିଥାନାଲ ପ୍ଲାଟ ନିର୍ମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ୫୦୦ ଉଦ୍ୟୋଗୀଙ୍କୁ ଏଲଓଆଇ ମଧ୍ୟ ପ୍ରଦାନ କରାଯାଇଛି। ଦେଶରେ ନବୀକରଣ ଉର୍ଜାରୁ ବିଦ୍ୟୁତଚାଳିତ ଗାଡି ନିର୍ମାଣ ହେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅପରପକ୍ଷରେ ଦେଶରେ ୬୦୦ ମିଲିୟନ ମେଟ୍ରିକ୍‍ ଟନ୍‍ ବାୟୋମାସ ଉପଲବ୍ଧ ରହିଛି ଏବଂ ଏହାକୁ ଉପଯୋଗ କରିବାର ଜ୍ଞାନ ରସାୟନ ବିଜ୍ଞାନ ବିଭାଗ ପାଖରେ ଅଛି । ସେ କହିଛନ୍ତି ଯେ ବିଶ୍ୱରେ ଭାରତର ପେଟ୍ରୋମଲିୟମ ରିଫାଇନାରୀ କମ୍ପେସ୍କିଟି ବା ଜଟିଳତା କାରଣରୁ ଚର୍ଚ୍ଚା ହେଉଛି । ଭାରତରେ ବିଭିନ୍ନ ପ୍ରକାର ଅଶୋଧିତ ତୈଳର ରିଫାଇନ କରିବାର କମ୍ପେକ୍ସିଟିରର ଉନ୍ନତୀକରଣ ଧୀରୁଭାଇ ଅମ୍ବାନୀଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

Comments
Loading...