ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ ସଂଶୋଧନକୁ ଅନୁମୋଦନ

ନୂଆଦିଲ୍ଲୀ : ସରକାର ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ଅନୁମୋଦନ କରିଛନ୍ତି। ନୂତନ ଲାଇସେନସଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସକାଶେ ଅନୁମତି ମିଳିଥିବାବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ କରିବା ପାଇଁ ହେଲେ ସରକାରୀ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍‍ କହିଛନ୍ତି। ବର୍ତ୍ତମାନର ଲାଇସେନ୍‍ସଧାରୀମାନେ ଯଦି ଶତକଡା ୪୯ ଭାଗ ପର୍ଯ୍ୟନ୍ତ ସାନି ବିଦେଶୀ ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତାହାହେଲେ ପରିବର୍ତ୍ତନ କିମ୍ବା ହସ୍ତାନ୍ତରଣ ପାଇଁ ୩୦ ଦିନ ମଧ୍ୟରେ ଘୋଷଣା
କରିବାକୁ ପଡ଼ିବ। ଶ୍ରୀ ଗୋୟଲ କହିଛନ୍ତି, ଏହାଦ୍ୱାରା ସହଜରେ ବ୍ୟବସାୟ ଅଧିକ ପରିବ୍ୟାପ୍ତ ହେବାସହ ପୁଂଜିନିବେଶ ଆୟ ଓ ନିଯୁକ୍ତି କ୍ଷେତ୍ର ଅଭିବୃଦ୍ଧିକୁ ଏହା ବହୁମାତ୍ରାରେ ସହାୟକ ହେବ।

ତେବେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ଜାତୀୟ ସୁରକ୍ଷା ଯାଞ୍ଚ୍‍ ନିୟମ ଦେଇ ଗତି କରିବାକୁ ପଡ଼ିବ। ମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସାମୁହିକ ଉଦ୍ୟମର ଅଂଶସ୍ୱରୂପ ଏହି ସଂଶୋଧନ ଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷାକୁ କ୍ଷତି ନପହଞ୍ଚାଇ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରାଯାଇପାରିବ।

Comments are closed.