MEllora 950×100

ବଡ଼ଦିନରେ ଖୋଲିବନି ୟୁନିଅନ ଚର୍ଚ୍ଚ : ୟୁଟ୍ୟୁବ୍‌, ଜୁମ୍‌ରେ ସମୂହ ପ୍ରାର୍ଥନା

ଭୁବନେଶ୍ବର : ବଡ଼ଦିନରେ ରାଜଧାନୀର ଚର୍ଚ୍ଚ ଖୋଲାଯାଇ ପାରିବ ବୋଲି ବିଏମ୍‌ସି ପକ୍ଷରୁ ଅନୁମତି ଦିଆଯାଇଛି। କୋଭିଡ କଟକଣା କଡ଼ାକଡ଼ି  ଅନୁପାଳନ କରି ଏହିଦିନ ନିମନ୍ତେ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇପାରିବ। ଏଥିପାଇଁ ବିଏମ୍‌ସିରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି।

 

file photo

ବିଏମ୍‌ସିର ଉକ୍ତ ପଦକ୍ଷେପକୁ ଲୋକସେବା ମାର୍ଗରେ ଥିବା  ପୁରାତନ  ‘ୟୁନିଅନ’ ଚର୍ଚ୍ଚ ପକ୍ଷରୁ ସ୍ବାଗତ କରାଯାଇଛି।  ହେଲେ ବଡ଼ଦିନରେ ସାମୁହିକ ପ୍ରାର୍ଥନା ସମୟରେ ଭିଡ଼  ସମ୍ଭାବନା ରହିଥିବାରୁ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଚର୍ଚ୍ଚ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ପାଦକ ପରେଶ ଦାସ କହିଛନ୍ତି।  ତେବେ ବଡ଼ଦିନର ପୂର୍ବଦିନ ଏବଂ ବଡ଼ଦିନ‌େ‌ର ସାମୁହିକ ପ୍ରାର୍ଥନା କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍‌ ଏବଂ ଜୁମ୍‌ରେ ଉପଲବ୍ଧ ହେବ। ୟୁ ଟ୍ୟୁବ୍‌ରେ ପୂର୍ବାହ୍ନ ୧୦ଟାରେ ଇଂରାଜୀ ଏବଂ ଅପରାହ୍ଣ ୪ଟାରେ ଓଡ଼ିଆରେ ଏହାର ପ୍ରସାରଣ ହେବ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବକ୍ତାଭାବେ ହାଇଦରାବାଦର ମଧୁସୂଦନ ଦାସ ଉପସ୍ଥିତ ରହିବେ।

ଆସନ୍ତାକାଲି ସନ୍ଧ୍ୟା ୭ଟାରେ ସ୍ବତନ୍ତ୍ର ଭାବେ ଖ୍ରୀଷ୍ଟମାସ  କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହିତ ଭୁବନେଶ୍ବରର ଆଉକିଛି ଚର୍ଚ୍ଚ ଏହି ବଡ଼ଦିନରେ ବନ୍ଦ ରହିବା ନେଇ ପରିଚାଳନା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେଣୁ ଚଳିତବର୍ଷର ବଡ଼ଦିନ ପାଳନ ଫିକା ପଡ଼ିବ ବୋଲି ଅନୁମାନ କରାଯାଉଛି।

Comments are closed.