ବୁଧବାର ସକାଳେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ; କରୋନା-କୃଷକ ହେବ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ; ଆସନ୍ତା କାଲି (ବୁଧବାର) ସକାଳେ ଅନୁଷ୍ଠିତ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ । ଏହି ବୈଠକରେ କରୋନା ଟୀକା ଓ କୃଷକ ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ  ଏହି ବୈଠକ କେଉଁଠି ହେବ ତାହା ବର୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ ।  ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନା କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ତାହା ଆଜି ରାତିରେ ଚୂଡ଼ାନ୍ତ ହେବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

Comments are closed.