ସବୁଜ ଅଭିବୃଦ୍ଧି ଦିଗରେ ବିଶ୍ୱ ସହଭାଗିତାର ଆବଶ୍ୟକତା ରହିଛି – ଆଣ୍ଟୋନିଓ ଗୁଟେରସ୍‍

ସବୁଜ ଅଭିବୃଦ୍ଧି ଦିଗରେ ବିଶ୍ୱ ସହଭାଗିତାର ଆବଶ୍ୟକତା ରହିଥିବା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‍ କହିଛନ୍ତି। ଦକ୍ଷିଣ କୋରିଆ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଗୁଟେରସ୍‍ ଜଳବାୟୁ ପରିବର୍ତ୍ତନ ଏବଂ ସବୁଜ ଅଭିବୃଦ୍ଧିରେ ବିଶ୍ୱ ସହଭାଗିତା ନେଇ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏବେ ବିଶ୍ୱର ଆବଶ୍ୟକତା ହେଉଛି କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣର ମୁକାବିଲା ସହ ଏହାର ସୁସ୍ଥତାହାର ବୃଦ୍ଧି କରିବା। ଏହା କେବଳ ସାମଗ୍ରୀକ ବିକାଶ ଲକ୍ଷ୍ୟ ପୂରଣ କରିପାରିଲେ ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ପ୍ରକୃତ ଧ୍ୟାନ ଦେଇପାରିଲେ ସମ୍ଭବ ହେବ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ ନୂଆ କୋଇଲା ପ୍ଲାଣ୍ଟ ସ୍ଥାପନ ନ କରିବା ଏବଂ ଏଥିରୁ ନିର୍ଗତ ଧୂଆଁ ଯୋଗୁଁ କ୍ଷତିଗ୍ରସ୍ତ ଦେଶଗୁଡ଼ିକର ବିକାଶ ପାଇଁ ଅଧିକ ପାଣ୍ଠି ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.