ନଟରାଜଙ୍କ ସ୍ଥାନରେ ଉମରାନ ସାମିଲ

ଦୁବାଇ : ଜମ୍ମୁ -କଶ୍ମୀରର ଡାହାଣହାତୀ ମିଡ଼ିୟମ ଫାଷ୍ଟ ବୋଲର ଉମରାନ ମଲ୍ଲିକ ସନରାଇଜର୍ସ ହାଇଦରାବାଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି. ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି କରିଛି ହାଇଦରାବାଦ୍‌। ନଟରାଜନ ସୁସ୍ଥ ହୋଇ ଦଳରେ ଯୋଗ ନଦେବା ପର୍ଯ୍ୟନ୍ତ ଉମରାନ ରହିବେ ବୋଲି ସନରାଇଜର୍ସ ହାଇଦରାବାଦ୍‌ ପକ୍ଷରୁ କୁହାଯାଇଛି। ୟୁଏଇରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ ଦ୍ବିତୀୟ ଚରଣରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ବାମହାତୀ ଫାଷ୍ଟ ବୋଲର ଟି. ନଟରାଜନ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ନଟରାଜନଙ୍କ ସମେତ ୬ ସନରାଇଜର୍ସ ହାଇଦରାବାଦ୍‌ ଖେଳାଳି ସଙ୍ଗରୋଧରେ ରହିଛନ୍ତି। ଉମରାନ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଟ୍ବେଣ୍ଟି୨୦ ଓ ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି। ଗତବର୍ଷ ଜାନୁଆରୀରେ ଖେଳିଥିବା ଏକମାତ୍ର ଟ୍ବେଣ୍ଟି୨୦ ମ୍ୟାଚରେ ୩ଟି ୱିକେଟ ନେଇଥିଲେ। ସେ ସନରାଇଜର୍ସ ହାଇଦରାବାଦ୍‌ ଦଳର ନେଟ୍‌ ବୋଲର ରହିଥିଲେ।

Comments are closed.